ଆରମ୍ଭ ହେଲା ସହରାଞ୍ଚଳ ଆର୍ଥିକ ଅନଗ୍ରସର ଲୋକଙ୍କ ଚି଼ହ୍ନଟ ପ୍ରକ୍ରିୟା
ଫୁଲବାଣୀ:ସହରାଞ୍ଚଳ ଆର୍ଥିକ ଅନଗ୍ରସରଙ୍କୁ ସରକାରୀ ଯୋଜନାରେ ସାମିଲ ପାଇଁ ଆରମ୍ଭ ହେଲା ସହରାଞ୍ଚଳ ଆର୍ଥିକ ଅନଗ୍ରସର ଲୋକଙ୍କ ଚି଼ହ୍ନଟ ପ୍ରକ୍ରିୟା। ରାଜ୍ୟ ଗୃହନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ଆରମ୍ଭ ହୋଇଥିବା ଏହି “ସହଯୋଗ” କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ । ଏହି ଅବସରରେ “ସହଯୋଗ” ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ଗାଡ଼ିକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଗାଡ଼ି ଫୁଲବାଣୀ, ବାଲିଗୁଡ଼ା ଏବଂ ଜି.ଉଦୟଗିରି ସହରାଞ୍ଚଳରେ ଘରକୁ ଘର ବୁଲି ବୁଲି ଅନଗ୍ରସର ଲୋକଙ୍କ ସର୍ଭେ କରିବ । ସର୍ଭେରେ ଚି଼ହ୍ନଟ ହୋଇଥିବା ଆର୍ଥିକ ଅନାଗ୍ରସର ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ଯୋଜନାର ସୁଫଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, କୁଶଳ ଚନ୍ଦ୍ର ନାୟକ,ମୂଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଡୁଡା ପ୍ରକଳ୍ପ ନିର୍ଦେଶକ ପ୍ରବୀଣ ବାଣୁଆ, ଆଇଟିଡିଏ ଗଦାଧର ପାତ୍ର, ଉପଜିଲ୍ଲାପାଳ ଭିକାରୀ ସାହୁ, ପୌରପରିଷଦ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।
Powered by Froala Editor