ଆସାମରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ୫.୧ ରେକର୍ଡ ହେଲା ତୀବ୍ରତା
ନୂଆଦିଲ୍ଲୀ : ଆସାମରେ ଭୂକମ୍ପ ଝଟ୍କା। ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ମୋରିଗାଓଁ ଜିଲାରେ ଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ କରାଯାଇଛି। ଆଜି ସକାଳେ ଆସାମ ଏବଂ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଫଳରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ପ୍ରାୟ ୪ଟା ୧୭ ସମୟରେ ଭୂମିକମ୍ପ ହୋଇଥିଲା, ଯେତେବେଳେ ଅଧିକାଂଶ ଲୋକ ଶୋଇଥିଲେ। ଆସାମ ବ୍ୟତୀତ, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ଉତ୍ତର-ପୂର୍ବ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପରେ ଏପର୍ୟ୍ୟନ୍ତ କେହି ମୃତାହତ କିମ୍ବା ଆହତ ହେବାର ସୂଚନା ମିଳିନି। ପ୍ରଶାସନ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
Powered by Froala Editor