୪କୋଟି ଟଙ୍କାର ମାରିଜୁଆନା ଜବତ
ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ କଷ୍ଟମ ବିଭାଗକୁ ମିଳିଛି ବଡ଼ ସଫଳତା । ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ ।
ଭୁବନେଶ୍ବର ସହରକୁ ନିଶା ଚାଲାଣ ସମୟରେ ଧରିଲା କଷ୍ଟମ ବିଭାଗ । ବିମାନରେ ଜଣେ ଯାତ୍ରୀ ମାରିଜୁଆନା ଆଣିଥିବା ବେଳେ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖି ସମସ୍ତ ମାରିଜୁଆନା ଜବତ କରିଛି । ସମ୍ପୃକ୍ତ ଯାତ୍ରୀଙ୍କ ବ୍ୟାଗରୁ ମାରିଜୁଆନା ଜବତ କରାଯାଇଛି । ଜବତ ମାରିଜୁଆନାର ମୂଲ୍ୟ ୪କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
Powered by Froala Editor