ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ
ଭୁବନେଶ୍ୱର: ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ଯାତ୍ରା ଅଷ୍ଟଶମ୍ଭୁ ଖଳନାୟକ ନରୀ ଭାଇ ଭାବେ ବେଶ ପରିଚିତ ଅଭିନେତା ଆଉ ନାହାଁନ୍ତି । କେନ୍ଦୁମୁଣ୍ଡା ସିନାପାଲି ନୂଆପଡାରେ ତାଙ୍କ ପାଟି ଆଜି ପଡିଥିଲା । ଆଜିର ନାଟକ ଥିଲା ଦଇବ ଦଉଡି ମଣିଷ ଗାଇ । ଆଜି ସାକଳୁ ନରେନ୍ଦ୍ରଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ ହେବାରୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ । ହେଲେ ପୁନଃ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
Powered by Froala Editor