ଆଧାର କାର୍ଡ ଦେଖାଇବାକୁ କହି ଶ୍ରମିକଙ୍କୁ ପ୍ରବଳ ମାଡ, ଜଣେ ମୃତ
ସମ୍ବଲପୁର: ସମ୍ବଲପୁର-ସମ୍ବଲପୁରର ଅଇଁଠାପାଲି ଥାନାଞ୍ଚଳର ଦାନୀପାଲି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧିନ କୋଠାଘରରେ କିଛି ବଙ୍ଗାଳୀ ଶ୍ରମିକ କାମ କରୁଛନ୍ତି । ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ୩ ଜଣ ରାତ୍ରିରେ ପାଖରେ ଥିବା ଏକ ସ୍ଥାନକୁ ପାନ ମସଲା ଓ ବିଡି ପାଇଁ ଯାଇଥିଲେ । ସେହି ସମୟରେ ପ୍ରାୟ ୪ ଜଣ ଯୁବକ ସେମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ବିଡି ମାଗି ପିଇ ଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଫଳରେ ଉକ୍ତ ୪ ଜଣ ଯୁବକ ଉକ୍ତ ଶ୍ରମିକ ମାନଙ୍କୁ ଆଧାର କାର୍ଡ ଦେଖାଇବାକୁ କହିବା ପରେ ଯୁକ୍ତିତର୍କ ହୋଇଥିଲା । ଏଣୁ ସେମାନେ ଶ୍ରମିକ ମାନଙ୍କୁ ପ୍ରବଳ ମାଡ ମାରିଥିଲେ । ପ୍ରବଳ ମାଡ ଯୋଗୁଁ ପଶ୍ଚିମବଙ୍ଗ ରାଜ୍ୟ ନିବାସୀ ଶେଖ ଜୁଏଲ (୨୧) ନାମକ ଜଣେ ବ୍ୟକ୍ତି ମୃତ୍ୟୁ ହୋଇଯାଇଥିବା ବେଳେ ଅକୁର ରହମାନ ଓ ସୋନୱାର ହୁସେନ ନାମକ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ବୋଲି ସଦର ଏଡିପିଓ ତୁଫାନ ବାଗ କହିଛନ୍ତି ।
Powered by Froala Editor