୨୬ ଡିସେମ୍ୱରରୁ ମହଙ୍ଗା ହେବ ରେଳ ଟିକଟ ଦର
ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର ୨୬ ତାରିଖରୁ ଭଡ଼ା ବୃଦ୍ଧି ହେବାକୁ ଯାଉଛି। ଏହି ବୃଦ୍ଧି ମୁଖ୍ୟତଃ ଦୂରଗାମୀ ଯାତ୍ରାକୁ ପ୍ରଭାବିତ କରିବ, ଯେତେବେଳେ କ୍ଷୁଦ୍ରଗାମୀ ଯାତ୍ରୀମାନଙ୍କୁ କିଛି ଆଶ୍ୱସ୍ତି ଦିଆଯାଇଛି। ବର୍ଦ୍ଧିତ ଟିକଟ ଦର ଅନୁସାରେ , ନନ୍ ଏସିରେ ୫୦୦ କିମି ଯାତ୍ରା କରିବ ପାଇଁ ଅଧିକ ୧୦ଟଙ୍କା ଦେବାକୁ ପଡିବ । ସାଧାରଣ ବର୍ଗରେ ୨୧୫ କିମିରୁ ଅଧିକ ଦୂର ଯାତ୍ରା ପାଇଁ କିମି ପିଛା ଏକ ପଇସା ବୃଦ୍ଧି କରିଛି ରେଳ ବିଭାଗ ।
ଲୋକାଲ ଏବଂ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ, ଅଣ-ଏସି ଏବଂ ଏସି ଉଭୟ ଶ୍ରେଣୀରେ ପ୍ରତି କିଲୋମିଟର ପାଇଁ ଦୁଇ ପଇସା ଭଡ଼ା ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଅଣ-ଏସିରେ ୫୦୦ କିମି ଯାତ୍ରା କରିବ ପାଇଁ ଅଧିକ ୧୦ଟଙ୍କା ଅଧିକ ଦେବାକୁ ପଡ଼ିବ।
ସେହିପରି ମେଲ୍/ଏକ୍ସପ୍ରେସ ନନ୍ ଏସି ପାଇଁ କିମି ପିଛା ୨ପଇସା ବୃଦ୍ଧି ହୋଇଛି । ଲୋକାଲ ରେଳ ଟିକଟ ଓ ମାସିକିଆ ଟିକଟରେ କୌଣସି ବୃଦ୍ଧି ହୋଇ ନଥିବା ସୂଚନା ରହିଛି । ଏସି ଯାତ୍ରା ପାଇଁ କିମି ପିଛା ୨ପଇସା ବୃଦ୍ଧି କରାଯାଇଛି । ଚଳିତ ଆର୍ଥିକ ବର୍ଷ ଅଧିକ ୬୦୦କୋଟି ଟଙ୍କାର ଆୟ ଲକ୍ଷ ରଖି ରେଳ ବିଭାଗ ଏହି ନିଷ୍ପତ୍ତି ନେଇଛି ।
Powered by Froala Editor