ଦ୍ୱିତୀୟ ଥର ମାଆ ହେଲେ କମେଡ଼ି କୁଇନ୍ ଭାରତୀ
କମେଡ଼ିଆନ ଭାରତୀୟ ସିଂହ ଏବଂ ହର୍ଷ ଲିମ୍ବାଚିଆ ପୁଣି ଥରେ ବାପାମାଆ ହୋଇଛନ୍ତି । ୪୧ ବର୍ଷରେ ପୁଣି ଥରେ ମାଆ ହୋଇଛି ଭାରତୀ । ଭାରତୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ପ୍ରଥମରୁ ତାଙ୍କର ଏକ ପୁତ୍ରସନ୍ତାନ ଥିଲା । ଏବେ ଘରକୁ ଗୋଲାଙ୍କର ଭାଇ ଆସିଛନ୍ତି ।
ଭାରତୀ ଏବଂ ହର୍ଷ ୨୦୧୭ ମସିହାରେ ବିବାହ କରିଥିଲେ। ଏହା ପରେ ୨୦୨୨ରେ ସେ ତାଙ୍କ ପ୍ରଥମ ସନ୍ତାନ ଲକ୍ଷ୍ୟଙ୍କୁ ପ୍ରଥମ ସନ୍ତାନ ଜନ୍ମ ହେବା ପରେ, ଭାରତୀ ଦ୍ୱିତୀୟ ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଦ୍ବିତୀୟ ସନ୍ତାନ ତାଙ୍କର ଝିଅ ହେଉ ବୋଲି ଚାହୁଁଥିଲେ ଭାରତୀ, ଯାହା ବିଷୟରେ ସେ ଅନେକ ସୋ’ ଓ ସାକ୍ଷାତକାରରେ କହିଥିଲେ। ହେଲେ ଏଥର ମଧ୍ୟ ତାଙ୍କର ପୁଅ ହୋଇଛି।
ଭାରତୀ ଏବଂ ହର୍ଷ ଏହି ଖୁସିଖବରକୁ ଅଫିସିଆଲି ଘୋଷଣା କରିନାହାନ୍ତି । ଖବର ଜାଣିବାକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି ।
Powered by Froala Editor