Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ...

  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ...

  • ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

  • ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ

  • ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ...

  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

  • ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ...

  • ଭାରତ ମୁହାଁ ହୋଇଛି ଏଲ୍‌ପିଜି ...

  • ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

Home ›› ››ୟୁନିଟ ପିଛା ୯୮ ପଇସା ବୃଦ୍ଧି ହେବ ବିଦ୍ୟୁତ୍‌ ଶୁଳ୍କ !

ୟୁନିଟ ପିଛା ୯୮ ପଇସା ବୃଦ୍ଧି ହେବ ବିଦ୍ୟୁତ୍‌ ଶୁଳ୍କ !

2025-12-21 04:51:57
13551
Share:
Facebook
Twitter
E-Mail
WhatsApp
Telegram
ୟୁନିଟ ପିଛା ୯୮ ପଇସା ବୃଦ୍ଧି ହେବ ବିଦ୍ୟୁତ୍‌ ଶୁଳ୍କ !

ଭୁବନେଶ୍ବର : ଆର୍ଥିକ ବର୍ଷ ୨୦୨୬-୨୭ ନିମନ୍ତେ ବିଦ୍ୟୁତ୍‌ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ପ୍ରକ୍ରିୟା ଆରମ୍ଭ କରିଛି। ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚପିସି), ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି), ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମ ଲିଃ. (ଓପିଟିସିଏଲ), ଗ୍ରିଡ୍‌କୋ ଏବଂ ଟାଟା ପାୱାର ପରିଚାଳନାରେ ଥିବା ୪ଟି ବିତରଣ କମ୍ପାନୀ ଗତ ୧୮ ତାରିଖରେ ବିଜ୍ଞପ୍ତି ଜାରି କରିଛନ୍ତି। ଜନଶୁଣାଣି ତାରିଖ ଧାର୍ଯ୍ୟ କରି ଓଇଆରସି ସମସ୍ତ ପକ୍ଷଙ୍କୁ ଅବଗତ କରିବେ। ଚଳିତବର୍ଷ ବଳବତ୍ତର ଥିବା ଟାରିଫ ବୃଦ୍ଧି ନହେଲେ ଉକ୍ତ ୮ କମ୍ପାନୀ ଆବଶ୍ୟକ କରୁଥିବା ରାଜସ୍ବଠାରୁ ୩୨୭୬ କୋଟି ଟଙ୍କା କମ୍‌ ରାଜସ୍ବ ପାଇବେ। ଯଦି ଆୟୋଗ ସେମାନଙ୍କ ପ୍ରସ୍ତାବକୁ ମାନି ନିଅନ୍ତି ତେବେ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ହାରାହାରି ୟୁନିଟ ପିଛା ୯୮ ପଇସା ବୃଦ୍ଧି ହେବ ବୋଲି ଶକ୍ତି ସମୀକ୍ଷକ ଆକଳନ କରିଛନ୍ତି।
ସୂଚନା ଅନୁଯାୟୀ, ୮ ବିଦ୍ୟୁତ୍‌ କମ୍ପାନୀ ୨୦୨୬-୨୭ ବର୍ଷ ପାଇଁ ବାର୍ଷିକ ରାଜସ୍ବ ଆବଶ୍ୟକତା ଦରଖାସ୍ତ ଓଇଆର୍‌ସିରେ ଦାଖଲ କରିଛନ୍ତି। ଓଏଚ୍‌ପିସି ଆସନ୍ତା ବର୍ଷରେ ୬୪୪ କୋଟି ଟଙ୍କା ରାଜସ୍ବ ଆବଶ୍ୟକତା ରହିଥିବା ଆକଳନ କରିଛି। ଏହାର ଭରଣା ପାଇଁ ୫୬୦୨ ନିୟୁତ ୟୁନିଟ ବିଦ୍ୟୁତ୍ ଗ୍ରିଡକୋକୁ ଚଳିତବର୍ଷ ମୂଲ୍ୟରେ ବିକ୍ରି କଲେ ୮୩ କୋଟି ଟଙ୍କା କମ୍‌ ମିଳିବ। ଏହି ୮୩ କୋଟି ଟଙ୍କା ଭରଣା ପାଇଁ ବିଦ୍ୟୁତ୍‌ ବିକ୍ରି ମୂଲ୍ୟକୁ ୟୁନିଟ ପିଛା ୧୫ ପଇସା ବୃଦ୍ଧି କରି ୧୧୫ ପଇସାରେ ଧାର୍ଯ୍ୟ କରିବା ପାଇଁ ନିବେଦନ କରାଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟ ୪୨୦ ମେଗାୱାଟ ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଆସନ୍ତା ବର୍ଷରେ ୨୭୫୫ ନିୟୁତ ୟୁନିଟ୍‌ ବିଦ୍ୟୁତ୍ ଗ୍ରିଡକୋକୁ ବିକ୍ରୟ ପାଇଁ ଓପିଜିସି ଆକଳନ କରିଛି। ଓପିଜିସି ଆସନ୍ତା ବର୍ଷ ବିକ୍ରି ମୂଲ୍ୟକୁ ୨ ଟଙ୍କା ୫୭ ପଇସାକୁ ହ୍ରାସ କରି ଆବଶ୍ୟକ କରୁଥିବା ୭୦୭ କୋଟି ଟଙ୍କା ରାଜସ୍ବ ଅସୁଲ କରିବ ବୋଲି ଦର୍ଶାଇଛି। ଓପିଟିସିଏଲ ଦାଖଲ କରିଥିବା ଦରଖାସ୍ତ ଅନୁସାରେ, ଆସନ୍ତା ବର୍ଷ ୪୧୮୫୦ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ରାଜ୍ୟ ଗ୍ରିଡରେ ସଫଳ ଭାବେ ଟ୍ରାନ୍ସମିସନ କରିବା ପାଇଁ ୧୪୯୦ କୋଟି ଟଙ୍କା ଆବଶ୍ୟକ। ରାଜସ୍ବ ଆବଶ୍ୟକତାକୁ ଭରଣା ପାଇଁ ଟ୍ରାନ୍ସମିସନ ଟାରିଫ ବୃଦ୍ଧି କରି ୟୁନିଟ ପିଛା ୩୫.୬୧ ପଇସା ଧାର୍ଯ୍ୟ କରିବାକୁ ନିବେଦନ କରାଯାଇଛି। ସେହିପରି ରାଜ୍ୟ ବିଦ୍ୟୁତ୍‌ ଭାର ପ୍ରେରଣ କେନ୍ଦ୍ର (ଏସ୍‌ଏଲ୍‌ଡିସି) ଆସନ୍ତା ବର୍ଷ ପାଇଁ ୧୫ କୋଟି ଟଙ୍କା ଆବଶ୍ୟକ କରୁଥିବା ଦର୍ଶାଯାଇଛି। ଗ୍ରିଡ୍‌କୋ ଦାଖଲ କରିଥିବା ଦରଖାସ୍ତ ଅନୁସାରେ, ଆସନ୍ତା ବର୍ଷ ଓଡ଼ିଶାରେ ୪୬୩୩୪ ନିୟୁତ ୟୁନିଟ ବିଦ୍ୟୁତ୍‌ ଉପଲବ୍ଧ ହେବ। ସେଥିରୁ ୪ଟି ଟାଟା ପାୱାର ବିତରଣ କମ୍ପାନୀ ପାଇଁ ୪୦୪୧୬ ନିୟୁତ ୟୁନିଟ ସଂରକ୍ଷିତ ରଖାଯିବା ସହ ଅବଶିଷ୍ଟ ୫୯୧୮ ନିୟୁତ ୟୁନିଟ ବଳକା ବିଦ୍ୟୁତ୍‌ ଖୋଲା ବଜାରରେ ବିକ୍ରୟ କରାଯିବ। ଆସନ୍ତା ବର୍ଷ ପାଇଁ ୧୫୧୮୧ କୋଟି ଟଙ୍କା ରାଜସ୍ବ ଆବଶ୍ୟକତା ଥିବାବେଳେ ଚଳିତବର୍ଷ ବଳବତ୍ତର ଥିବା ପାଇକାରୀ ମୂଲ୍ୟ ହିସାବରେ ବିତରଣ କମ୍ପାନୀଙ୍କଠାରୁ ୧୨୯୨୧ କୋଟି ଟଙ୍କା ଅସୁଲ ହେବ। ଅବଶିଷ୍ଟ ୨୨୬୦ କୋଟି ଟଙ୍କା ରାଜସ୍ବ ପାଇବା ପାଇଁ ଗ୍ରିଡ୍‌କୋ ପାଇକାରୀ ମୂଲ୍ୟକୁ ୟୁନିଟ ପିଛା ୫୭.୮୭ ପଇସା ବୃଦ୍ଧି କରି ୩ ଟଙ୍କା ୮୮ ପଇସା ଧାର୍ଯ୍ୟ କରିବାକୁ ନିବେଦନ କରିଛି।
ଟାଟା ପାୱାର ଅଧୀନରେ ଥିବା ୪ଟି ବିତରଣ କମ୍ପାନୀ ଓଇଆରସିରେ ଦାଖଲ କରିଥିବା ଦରଖାସ୍ତ ଅନୁସାରେ, ଆସନ୍ତା ବର୍ଷ ୨୦୬୭୩ କୋଟି ଟଙ୍କା ରାଜସ୍ବ ଆବଶ୍ୟକ ରହିଛି। ଆସନ୍ତା ବର୍ଷ ଗ୍ରିଡ୍‌କୋ ଠାରୁ ସମୁଦାୟ ୩୯୧୦୪ ନିୟୁତ ୟୁନିଟ କ୍ରୟ କରିବା ପାଇଁ ଯୋଜନା ରହିଛି। ସେଥିରୁ ୧୫% ହିସାବରେ ୫୭୮୯ ନିୟୁତ ୟୁନିଟ ବିତରଣ କ୍ଷତି ପରେ ଚଳିତବର୍ଷର ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ଅନୁସାରେ ୧ କୋଟି ଉପଭୋକ୍ତାଙ୍କୁ ଅବଶିଷ୍ଟ ୩୩୩୧୫ ନିୟୁତ ୟୁନିଟ ବିଦ୍ୟୁତ୍ ବିକ୍ରିକରି ସମୁଦାୟ ୨୦୦୦୯ କୋଟି ଟଙ୍କା ରାଜସ୍ବ ଆଦାୟ କରିବେ। ଅବଶିଷ୍ଟ ୬୬୪ କୋଟି ଟଙ୍କା ରାଜସ୍ବ ଆବଶ୍ୟକତା ପୂରଣ ପାଇଁ ଟାଟା ପାୱାର ପାଇକାରୀ ମୂଲ୍ୟକୁ ହ୍ରାସ କିମ୍ବା ଖୁଚୁରା ବିଦ୍ୟୁତ୍‌ ମୂଲ୍ୟକୁ ବୃଦ୍ଧି କରିବା ପାଇଁ ନିବେଦନ କରିଛି। ଏନେଇ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ଉକ୍ତ ୮ଟି କମ୍ପାନୀ ଦାଖଲ କରିଥିବା ଦରଖାସ୍ତଗୁଡ଼ିକରେ ସ୍ପଷ୍ଟତା ଅଭାବ ରହିଛି।

Powered by Froala Editor

Tags Electric

Related articles Odisha News Lens 4.1

  • ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା
    ଦେଶ-ଦେଶାନ୍ତର

    ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା

    14560
    Apr 04, 2026
  • ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ବାପାର ଲଢେଇ
    ଦେଶ-ଦେଶାନ୍ତର

    ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ବାପାର ଲଢେଇ

    13555
    Apr 04, 2026
  • ଭାରତ ମୁହାଁ ହୋଇଛି ଏଲ୍‌ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି
    ଦେଶ-ଦେଶାନ୍ତର

    ଭାରତ ମୁହାଁ ହୋଇଛି ଏଲ୍‌ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି

    15089
    Apr 04, 2026
  • ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ
    ରାଜନୀତି

    ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ

    13842
    Apr 04, 2026
  • ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ
    ଦେଶ-ଦେଶାନ୍ତର

    ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

    13839
    Apr 04, 2026
  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ
    ଦେଶ-ଦେଶାନ୍ତର

    ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ

    13880
    Apr 04, 2026
  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ
    ଦେଶ-ଦେଶାନ୍ତର

    ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ

    13922
    Apr 04, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା
    ବିଶେଷ

    ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13660
    Apr 04, 2026
  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ
    ଦେଶ-ଦେଶାନ୍ତର

    ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

    13713
    Apr 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

    14135
    Apr 03, 2026
  • ଦେଶ-ଦେଶାନ୍ତର

    ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ

    13880
    Apr 04, 2026
  • ଦେଶ-ଦେଶାନ୍ତର

    ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ବାପାର ଲଢେଇ

    13555
    Apr 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17399
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17459
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17809
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16286
    Apr 03, 2021

ବିଶେଷ

  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13660
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15400
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14608
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16007
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15494
    Mar 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15312
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15042
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15546
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13842
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

    13839
    Apr 04, 2026
  • ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

    14135
    Apr 03, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13660
    Apr 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In