ମୋଦି ସରକାର ମନରେଗାକୁ ଦୁର୍ବଳ କରିବାକୁ ଚେଷ୍ଟା କରିଛନ୍ତି : ସୋନିଆ ଗାନ୍ଧୀ
କେନ୍ଦ୍ରର ଏନଡିଏ ସରକାର ସଂସଦର ଶୀତକାଳୀନ ଅଧିବେଶନରେ ମନରେଗା ବଦଳରେ 'ଭିବି-ଜି ରାମ ଜି' ବିଲ୍ ଆଣିଥିଲେ। ଏହି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି। ଏହି ବିଲ୍ ପାସ୍ ହେବା ପରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ କହିଛନ୍ତି, ୨୦ ବର୍ଷ ପୂର୍ବରୁ ଯେତେବେଳେ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ସଂସଦରେ ସାଧାରଣ ସହମତିରେ ମନରେଗା ଆଇନ ପାସ୍ ହୋଇଥିଲା। ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ଥିଲା, ଯାହାଦ୍ବାରା କୋଟି କୋଟି ଗ୍ରାମୀଣ ପରିବାରକୁ ରୋଜଗାର ମିଳୁଥିଲା। ବିଶେଷ ଭାବରେ ଗରିବ ବର୍ଗର ଲୋକଙ୍କ ପାଇଁ ଜୀବିକାର ବଡ଼ ସାହାରା ପାଲଟିଥିଲା।
ନୂତନ ଆଇନ ସମ୍ପର୍କରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ସରକାର ମନରେଗା ଉପରେ ବୁଲଡୋଜର ଚଲାଇଛନ୍ତି। ବର୍ତ୍ତମାନ ସରକାର ଭୂମିଗତ ବାସ୍ତବତାଠାରୁ ଦୂରରେ ଦିଲ୍ଲୀରେ ବସି କିଏ, କେତେ, କେଉଁଠି ଏବଂ କେଉଁ ଢଙ୍ଗରେ ନିଯୁକ୍ତି ପାଇବ ତାହା ସ୍ଥିର କରିବେ। ଏହା ଜୀବିକା ନିର୍ବାହର ଏକ ଉତ୍ସ ପାଲଟିଥିଲା, ବିଶେଷକରି ବଞ୍ଚିତ, ଶୋଷିତ, ଗରିବ ଏବଂ ଅତ୍ୟନ୍ତ ଗରିବ ଲୋକଙ୍କ ପାଇଁ। ନିଯୁକ୍ତି ଖୋଜିବା ପାଇଁ ନିଜ ଜନ୍ମଭୂମି, ଗ୍ରାମ, ଘର ଏବଂ ପରିବାରରୁ ପ୍ରବାସ ବନ୍ଦ କରାଯାଇଥିଲା। ନିଯୁକ୍ତିର ଆଇନଗତ ଅଧିକାର ପ୍ରଦାନ କରାଯାଇଥିଲା ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକୁ ସଶକ୍ତ କରାଯାଇଥିଲା। ମନରେଗା ମାଧ୍ୟମରେ, ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନର ଭାରତ ଆଡ଼କୁ ଏକ ଦୃଢ଼ ପଦକ୍ଷେପ ନିଆଯାଇଥିଲା।"
ସେଭଳି କୋଭିଡ୍ର କଠିନ ସମୟରେ ଏହି ଯୋଜନା ଗରିବଙ୍କ ପାଇଁ ସଞ୍ଜିବନୀ ପ୍ରମାଣିତ ହୋଇଥିଲା। ଏବେ ନିକଟରେ ସରକାର ମନରେଗା ଉପରେ ଉପରେ ବୁଲଡୋଜର ଚଳାଇ ଦେଲେ। ଏଥିରୁ ନା କେବଳ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଗଲା ତାହା ନୁହେଁ, ବଂର ମନରେଗାର ରୂପ ଏବଂ ସ୍ବରୂପ ବିନା ବିଚାର ବିମର୍ଷରେ ତିଆରି ହେଲା। କାହାର ପରାମର୍ଶ ନିଆଗଲାନି।
Powered by Froala Editor