ଲୋକଙ୍କ ଉପରେ ମାଡ଼ିଗଲା ଟ୍ରେନ, ୩ ମୃତ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ନାଦିଆରେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରେନ । ଟ୍ରେନ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଆହତ ହୋଇଛନ୍ତି । ନାଦିଆ ଜିଲ୍ଲା ସ୍ଥିତ ତାହେରପୁରରେ ଘଟିଛି ଏ ଦୁର୍ଘଟଣା । ରେଳ ଟ୍ରାକ ନିକଟରେ ଶୌଚବେଳେ ଟ୍ରେନ ମାଡି ଯାଇଥିଲା । ସକାଳେ ତାହେରପୁର ଷ୍ଟେସନ ସଂଲଗ୍ନ ଅଞ୍ଚଳରେ କିଛି ଲୋକ ରେଳ ଟ୍ରାକ ପାଖରେ ଜଳଖିଆ କରୁଥିଲେ। ସେହି ସମୟରେ ଆସୁଥିବା ଏକ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା। ଆହତଙ୍କୁ ଶକ୍ତିନଗର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଏବଂ ମୃତକଙ୍କ ଘର ମୁର୍ଶିଦାବାଦ ଜିଲ୍ଲାର ବରାଜ ବିଧାନସଭା ଅଞ୍ଚଳରେ ବୋଲି ଜଣାପଡିଛି ।
Powered by Froala Editor