ସଂସଦର ଶୀତ ଅଧିବେଶନ ସରିଲା
ନୂଆଦିଲ୍ଲୀ: ବିତର୍କ-ବିରୋଧ-ବିକ୍ଷୋଭ ଭିତରେ ସରିଲା ସଂସଦର ଶୀତ ଅଧିବେଶନ । ଭିବି-ଜି ରାମ୍ ଜି ବିଲକୁ ନେଇ ହଙ୍ଗାମା ଭିତରେ ଲୋକସଭା-ରାଜ୍ୟସଭା ସାଇନ-ଏ-ଡାଏ ଘୋଷଣା ହୋଇଛି ।ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିଲା ସଂସଦର ଶୀତ ଅଧିବେଶନ । ଉଭୟ ଗୃହରେ ଭିବି-ଜି ରାମ୍ ଜି ବିଲ ପାରିତ ହେବାରେ ଏହାକୁ ବିରୋଧ କରି ଟିଏମସି ସାଂସଦ ମକର ଦ୍ୱାରରେ ଧାରଣାରେ ବସିଛନ୍ତି । ପ୍ରଥମେ ଲୋକସଭା କାର୍ୟ୍ୟକାଳକୁ ଅନିଦ୍ଧିଷ୍ଟକାଳ ପାଇଁ ସ୍ଥଗିତ କରାଯାଇଥିଲା । ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା କହିଛନ୍ତି କି ଏହି ସେସନରେ ୧୫ ବୈଠକ ହୋଇଛି । ଗୃହର କାର୍ୟ୍ୟ ଉତ୍ପାଦକତା ୧୧୧ ପ୍ରତିଶତ ଥିଲା ଏବଂ ୮ଟି ସରକାରୀ ବିଲ୍ ଗୃହୀତ ହୋଇଛି ।
Powered by Froala Editor