ଆଜି ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନ
ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନ । ଗତକାଲି କଲକାତା ଏବଂ ହାଇଦ୍ରାବାଦରେ ଯୋଗ ଦେବା ପରେ ଆଜି ମୁମ୍ବଇ ଆସିବେ ମେସି । ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ପ୍ୟାଡେଲ ଗୋଟ୍ କପ୍ ପାଇଁ ମେସିଙ୍କୁ ସ୍ୱାଗତ କରାଯିବ । ଏହାପରେ ବଲିଉଡର ଅଭିନେତାମାନଙ୍କୁ ନେଇ ଏକ ସେଲିବ୍ରେଟି ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେବ । ପ୍ୟାଡେଲ କାର୍ୟ୍ୟକ୍ରମରେ ଶାହାରୁଖ ଖାନ ଏବଂ ସଚିନ ତେନ୍ଦୁଲକର ଉପସ୍ଥିତ ରହିପାରନ୍ତି । ଆସନ୍ତକାଲି ଅରୁଣ ଜେଟଲୀ ଷ୍ଟାଡିୟମରେ ହେବାକୁ ଥିବା କାର୍ୟ୍ୟକ୍ରମ ପାଇଁ ନୂଆଦିଲ୍ଲୀ ଯିବେ । ଏଠାରେ ଭାରତୀୟ କ୍ରିକେଟର ମାନେ ଉପସ୍ଥିତ ରହିପାରନ୍ତି । ୧୫ରେ ଦିଲ୍ଲୀ କାର୍ୟ୍ୟକ୍ରମ ସାରି ଆର୍ଜେଣ୍ଟିନା ଫେରିଯିବେ ଲିଓନେଲ୍ ମେସି ।
Powered by Froala Editor