ଲାଲକିଲ୍ଲା ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ , ଦୁଇ ଜଣଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ଭୟଙ୍କର ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି । ଦୁଇ ଜଣଙ୍କୁ ଉଠାଇ ନେଇଛି ଦିଲ୍ଲୀ ସାହିନବାଗ୍ ପୁଲିସ୍ । ମୋବାଇଲ ସିମ୍ ଯାଜପୁର ଓ ଭଦ୍ରକରୁ କିଣାଯାଇଥିଲା । ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟରେ ବିପୁଳ ଅର୍ଥ କାରବାର ହୋଇଥିବାର ଖୁଲାସା ହୋଇଛି । ଗତ ନଭେମ୍ବର ୧୦ ତାରିଖରେ ଜାତୀୟ ରାଜଧାନ ଦିଲ୍ଲୀର ଲାଲକିଲ୍ଲାରେ ବ୍ଲାଷ୍ଟ ହୋଇଥିଲା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଲ୍ ଫଲାହ ୟୁନିଭର୍ସିଟିର ଡାକ୍ତରମାନେ ଏହି ଆତଙ୍କୀ ଷଡ଼ଯନ୍ତ୍ର କରିଥିଲେ । ଘଟଣାର ତଦନ୍ତ ଜାରି ରହିଛି ।
ବେଆଇନ ସିମ୍ ଏବଂ ନକଲି ଫୋନ୍ ବିକ୍ରି ଅଭିଯୋଗରେ ଭଦ୍ରକ ଭଣ୍ଡାରିପୋଖରୀର ମୋବାଇଲ୍ ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି । ବନ୍ତ ଅଞ୍ଚଳର ମହେଶ୍ୱର ଖୁଣ୍ଟିଆଙ୍କୁ ବି ଉଠାଇନେଲା ଦିଲ୍ଲୀ ପୁଲିସ୍ । ମଞ୍ଜୁରୀ ରୋଡ଼ ବଜାର ମୋବାଇଲ ଦୋକାନରେ ଚାଲିଥିଲା ବିକ୍ରି । ଭଣ୍ଡାରିପୋଖରୀ ପୁଲିସ୍ ସହାୟତାରେ ଦିଲ୍ଲୀ ପୁଲିସ୍ ସନ୍ତୋଷଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ସେ ନକଲି ମୋବାଇଲ ଓ ସିମ୍ ବିକ୍ରି କରୁଥିବା ଜଣା ପଡିଥିଲା । ସନ୍ତୋଷ ଏବଂ ମହେଶ୍ୱରଙ୍କୁ ଭଦ୍ରକ କୋର୍ଟର ଟ୍ରାଜିଣ୍ଟ ରିମାଣ୍ଡରେ ଦିଲ୍ଲୀ ନିଆଯାଇଥିବା ଜଣାପଡିଛି । ଦୁହେଁ ମିଶି ନୂଆ ସିମ୍ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କର ଆଧାର କାର୍ଡ ଉପଯୋଗ କରି ଅଜଣାତରେ ଏକକାଳୀନ ବହୁ ସିମକୁ ଆକ୍ଟିଭ କରୁଥିବା ଜଣାପଡିଛି
Powered by Froala Editor