କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ବା ମନରେଗାର ନାଁ ବଦଳାଇ ଦେଇଛନ୍ତି କେନ୍ଦ୍ର ସରକାର। ଏମଜିନରେଗାର ନାଁ ବଦଳାଇବା ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୋହର ମାରିଛନ୍ତି। ଏବେ ଏହି ଗ୍ରାମୀଣ ନିଯୁକ୍ତି ଯୋଜନା ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟୀ ଯୋଜନା ଭାବେ ପରିଚୟ ହାସଲ କରିଛି।
କେନ୍ଦ୍ର ସରକାର କେବଳ ନାଁ ବଦଳାଇ ନାହାନ୍ତି, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ୟ୍ୟ ଦିବସକୁ ମଧ୍ୟ ବୃଦ୍ଧି କରିଛନ୍ତି। ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟ ଆଇନ ୨୦୦୫ ନାଁ ଅନୁସାରେ ପ୍ରଥମେ କଂଗ୍ରେସ କ୍ଷମତାସୀନ ୟୁପିଏ ସରକାର ଏହାକୁ ଲଞ୍ଚ କରିଥିଲେ। ଏହା ନରେଗା ନାଁରେ ପ୍ରଥମ ପରିଚିତ ଥିଲେ।
ପରବର୍ତ୍ତୀ ଅବସ୍ଥାରେ ଏହା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟୀ ଆଇନ ବା ଏମଜିନରେଗା ବା ମନେରଗା ନାଁକୁ ପରିବର୍ତ୍ତନ କରାଯାଇଥିଲା। ଏବେ ୨୦୨୫ରେ ଏହି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ନାଁ ପୁଣି ବଦଳିଛି। ଏଥିସହ ଏହାର କାର୍ୟ୍ୟ ଦିବସ ମଧ୍ୟ ବଢ଼ିଛି।
ଗ୍ରାମାଞ୍ଚଳର ଲୋକଙ୍କୁ ବର୍ଷକ ମଧ୍ୟରେ ଅତିକମରେ ଏତିକି ଦିନ କାର୍ୟ୍ୟ ଯୋଗାଇ ଦେଇ ସେମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏହି ଯୋଜନାକୁ ଲାଗୁ କରାଯାଇଥିଲା। ଏହା ସମୟକ୍ରମେ ସବୁଠାରୁ ବଡ଼ କେନ୍ଦ୍ରୀୟ ନିଯୁକ୍ତି ଯୋଜନାରେ ପରିଣତ ହୋଇଛି।
କାମ କରିବାକୁ ଚାହୁଁଥିବା ଗ୍ରାମାଞ୍ଚଳର ଲୋକଙ୍କୁ ସରକାର କାର୍ୟ୍ୟ ଯୋଗାଇ ଦେବା ସହ ସେମାନଙ୍କୁ ଏହି ଯୋଜନା ଅନୁସାରେ ମଜୁରୀ ଦେଉଛନ୍ତି।
Powered by Froala Editor