ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣାକୁ ବଢାଯାଇଛି। ଅପ୍ରୀତିକର ପରିସ୍ଥିିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଡିଜିପି ଆଜି ପୁଣିଥରେ ଏମ୍ଭି-୨୬ ଓ ରାଖେଲଗୁଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସେପଟେ ଆଜି ମାଲାକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ନାମକୋଣ୍ଡା ନଦୀ ଘାଟ ଠାରେ ପାଣିରେ ଭାସୁଥିବା ଏକ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ନାମକୋଣ୍ଡା ଗାଁର କିଛି ମହିଳା ନଦୀ ଘାଟ କୁ ଗାଧୋଇବାକୁ ଯାଇଥିବାବେଳେ ମୁଣ୍ଡ ଟି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଗାଁରେ ପ୍ରଘଟ ହେବା ପରେ କାଲିମେଳା ପୁଲିସକୁ ଖବର ଦିଆଯାଇଥିଲା। ଉଦ୍ଧାର ହୋଇଥିବା ମୁଣ୍ଡ ଟି କୌଣସି ମହିଳାଙ୍କର ହୋଇଥବା ଜଣାପଡିଛି। କଟା ମୁଣ୍ଡ ଟି ପାଣିରେ ପଡି ଗଳିତ ହେବା ସହ ଖପୁରି ଦେଖାଯାଉଛି। ମୁଣ୍ଡ ଉପରେ ଲମ୍ବା ଚୁଟି ରହିଥିବା ବେଳେ ନାକରେ ରିଙ୍ଗ ରହିଥିବା ଦେଖିବାକୁ ମିଳିଛି।
Powered by Froala Editor