ଜନ୍ମଦିନରେ ସୋନିଆଙ୍କୁ ଲାଗିଲା ଶକ୍ତ ଝଟକା, ନାଗରିକତା ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ ଝଟକା ଲାଗିଛି । ଜନ୍ମଦିନରେ ସୋନିଆଙ୍କୁ ଲାଗିଲା ଶକ୍ତ ଝଟକା। ସୋନିଆଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ସୋନିଆ ଭାରତର ନାଗରିକ ହେବା ପୂର୍ବରୁ କେମିତି ଭାରତୀୟ ଭୋଟର ହେଲେ? ୧୯୮୦ ଭୋଟର ତାଲିକାକୁ ନେଇ ସୋନିଆଙ୍କ ଲାଗି ଅଡୁଆ ବଢିଛି । ଆଜି ଏନେଇ ସୋନିଆଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ନୋଟିସ୍ କରାଯାଇଛି । କୋର୍ଟରେ ଏକ ଯାଚିକା ଖାରଜ ହେବା ପରେ ତାଙ୍କ ବିରୋଧରେ ରିଭିଜନ ପିଟିସନ ଦାଖଲ ହୋଇଥିଲା । ଏହି ପିଟିସନରେ ବିଚାର କରି ଏବେ ଅଦାଲତ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି ।
Powered by Froala Editor