ବିଗ୍ ବସ୍-୧୯ ବିଜେତା ଗୌରବ
ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ଦୀର୍ଘ ୩ ମାସରୁ ଅଧିକ ଦିନ ଧରି କଲର୍ସ ଟିଭିରେ ପ୍ରସାରିତ ହୋଇ ଆସିଥିବା ଏହି ଟେଲିଭିଜନ ରିୟଲିଟି ଶୋ ରବିବାର ଶେଷ ହୋଇଛି । ଶେଷ ଦିନରେ ବଲିଉଡ ଅଭିନେତା ସଲମାନ୍ ଖାନ ଷ୍ଟେଜ ଉପରେ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ୫ ଜଣଙ୍କ ମଧ୍ୟରୁ ପ୍ରଥମେ ଅମାଲ ମଲିକ ପ୍ରତିଯୋଗିତାରୁ ବାଦ୍ ପଡିଥିଲେ । ତାନ୍ୟା ମିତ୍ତଲ ମଧ୍ୟ ବିଦା ହୋଇଥିଲେ । ପ୍ରଣିତ ମୋରେ, ଗୌରବ ଖାନ୍ନା ଓ ଫାରହାନା ଭଟ୍ଟ ଫାଇନାଲକୁ ଯାଇଥିଲେ । ପରେ ପରେ ପ୍ରଣିତ ମୋରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରୁ ହଟିଥିଲେ ।
ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରସେଫରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ଏବଂ ସିଜିନ 3ର ବିଜେତା ଭାବରେ ଉଭା ହେଲେ। ଗୌରବ ଖାନ୍ନା ପ୍ରଥମ ଦିନରେ ବିଗ ବସ ୧୯ରେ ପ୍ରବେଶ କରିଥିଲେ ଏବଂ ୧୫ ସପ୍ତାହର ଯାତ୍ରା ସମାପ୍ତ କରିଥିଲେ। ଶୋ ପାଇଁ ତାଙ୍କୁ ପ୍ରତି ସପ୍ତାହରେ ୧୭.୫ ଲକ୍ଷ ଟଙ୍କା ଦିଆଯାଇଥିଲା। ସେ ଶୋ’ରେ ସର୍ବାଧିକ ଦରମା ପାଇଥିବା ପ୍ରତିଯୋଗୀ ଥିଲେ, ଗ୍ରାଣ୍ଡ ଫିନାଲେ ପର୍ଯ୍ୟନ୍ତ ମୋଟ ୨.୬୨ କୋଟି ରୋଜଗାର କରିଥିଲେ। ୫୦ ଲକ୍ଷ ପୁରସ୍କାର ରାଶି ସହିତ, ଗୌରବ ଖାନ୍ନା ମୋଟ୩.୧୨ କୋଟି ହାସଲ କରିଥିଲେ। ଏହା ୫୦ ଲକ୍ଷ ପୁରସ୍କାର ରାଶିର ପ୍ରାୟ ୬.୨୫ ଗୁଣ।
ଉଦ୍ଯାପନୀ ଦିବସରେ ପୱନ ସିଂହ, ସନ୍ନି ଲିଓନି, କରନ କୁନ୍ଦ୍ରା, କାର୍ତ୍ତିକ ଆର୍ୟନ, ନିଲମ ଗିରି ଓ ଅନନ୍ୟା ପାଣ୍ଡେ ଚିତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଷ୍ଟେଜରେ ସଲମାନ ଦିଗଂଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମନେପକାଇ ଭାବବିହ୍ୱଳ ହୋଇପଡିଥିଲେ ।
Powered by Froala Editor