କିଶ୍ଙ୍କ ହାତ ଧରିଲେ ସାରା
'ବିଦାୟୀ'ର ଅଭିନେତ୍ରୀ ସାରା ଖାନ୍ "ରାମାୟଣ"ରେ ଲକ୍ଷ୍ମଣ ଭୂମିକା ନିଭାଇଥିବା ସୁନୀଲ ଲାହିରୀଙ୍କ ପୁଅ କ୍ରିଶ ପାଠକଙ୍କୁ ବିବାହ କରିଛନ୍ତି । ହିନ୍ଦୁ ରୀତିନୀତିରେ ସାରା ଖାନ୍ ବିବାହ କରିଛନ୍ତି । ଏହି ଦମ୍ପତି ଗୋଟିଏ ବର୍ଷ ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସାରା ଏବଂ କ୍ରିଶ କୋର୍ଟ ମ୍ୟାରେଜ୍ କରି ସାରିଛନ୍ତି। କୋର୍ଟ ମ୍ୟାରେଜ୍ ପରେ ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବାକୁ ଘୋଷଣା କରିଥିଲେ।
ସାରା ଲାଲ ଲେହେଙ୍ଗା ପିନ୍ଧି ବଧୂ ବେଶରେ ସଜେଇ ହୋଇଛନ୍ତି । ବର ବେଶରେ କ୍ରିଶ୍ ମଧ୍ୟ ଏକ ଶେରୱାନି ଏବଂ ପଗଡ଼ି ପିନ୍ଧି ଖୁବ ସୁନ୍ଦର ଲାଗୁଛନ୍ତି । ନବଦମ୍ପତିଙ୍କ ପାଇଁ ଏହି ମୁହୂର୍ତ୍ତଟି ଏକ ସ୍ୱପ୍ନ ସାକାର ହୋଇଥିଲା ।
ବିବାହର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦମ୍ପତି ଏକାଠି ଅତ୍ୟନ୍ତ ଖୁସି ଦେଖାଯାଉଛନ୍ତି । ଏହା ପୂର୍ବରୁ ସାରା ଖାନ ୨୦୧୦ରେ ଅଭିନେତା ଅଲ୍ଲି ମର୍ଚାଣ୍ଟଙ୍କୁ ବିବାହ କରିଥିଲେ । ହେଲେ ମାତ୍ର ୨ ମାସରେ ସମ୍ପର୍କ ଭାଙ୍ଗିଥିଲା । ଏହା ପରେ କ୍ରିସ୍ ପାଠକଙ୍କ ପ୍ରେମରେ ପଡିଥିଲେ ସାରା।
Powered by Froala Editor