ସମସ୍ତ ଇଣ୍ଡିଗୋ ବିମାନ ସେବା ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ବାତିଲ
ନୂଆଦିଲ୍ଲୀ: ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ ପାଇଁ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି । କେବଳ ମୁମ୍ବାଇ ବିମାନବନ୍ଦରରେ, ଗୁରୁବାର ୧୧୮ଟି ବିମାନ ବାତିଲ୍ କରାଯାଇଥିଲା । ଅଧିକାଂଶ ଉଡାଣ ୨-୩ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା । ଜରୁରୀକାଳୀନ ଟିକଟ ବୁକିଂ କରୁଥିବା ଯାତ୍ରୀମାନେ କ୍ଷତିର ସମ୍ମୁଖୀନ ହୋଇଥିଲେ । ଅଧିକ ଭଡ଼ା ଦେଇ ମଧ୍ୟ ଘଣ୍ଟା ଘଣ୍ଟା ଧରି ବୋର୍ଡିଂ ଗେଟରେ ଫସି ରହିଥିଲେ । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦର ଆଜି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସମସ୍ତ ଇଣ୍ଡିଗୋ ବିମାନ ସେବା ବାତିଲ କରିଛି ।
ବେଙ୍ଗାଲୁରୁ ରେ ୧୦୨ଟି ବିମାନସେବା ବାତିଲ୍ ହୋଇଛି । ମୁମ୍ବାଇରେ ୧୦୪ଟି ଉଡ଼ାଣ ବାତିଲ୍ କରାଯାଇଛି । ହାଇଦ୍ରାବାଦରେ ୯୨ଟି ବାତିଲ୍ କରାଯାଇଛି ।
Powered by Froala Editor