ମଦ ପିଇବାକୁ ଟଙ୍କା ଦେଲାନି ମା, ଜନ୍ମକଲା ମାଆକୁ ଜାଳିଦେଲା ପୁଅ
ଭଦ୍ରକ: ମଦ ପିଇବାକୁ ଟଙ୍କା ନଦେବାରୁ ଜନ୍ମକଲା ମାଆକୁ ଜାଳିଦେଲା ନୃଶଂସ ପୁଅ । ଗୁରୁତର ମାଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ପୁଅ ଫେରାର୍ ହୋଇଯାଇଛି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଵିଲଣା ପଞ୍ଚାୟତ ଗଳଗଣ୍ଡପୁର ଗାଁରେ ଘଟିଛି ଏପରି ଅମାନୁଷିକ ଘଟଣା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ପୁଅ ନିଶା ସେଵନ କରି ମାଆକୁ ଗାଳିଗୁଲଜ କରେ। ଆଜି ସକାଳୁ ମଦ ପାଇଁ ମାଆକୁ ଟଙ୍କା ମାଗିଥିଲା ପୁଅ । ମାଆ ଟଙ୍କା ନ ଦେବାରୁ ମାଆକୁ ନିସ୍ତୁକ ପିଟିଥିଲା। ପରେ ନିଶାସକ୍ତ ଅବସ୍ଥାରେ ମାଆ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ। ନିଆଁରେ ପୋଡି ହୋଇ ମାଆ ଗୁରୁତର ହୋଇଥିଲା ବେଳେ ତାଙ୍କୁ କଟକ ରେଫର କରାଯାଇଛି।
Powered by Froala Editor