୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର
ନୂଆଦିଲ୍ଲୀ: ଆମେରିକୀୟ ଡଲାର ମୂଲ୍ୟ ହ୍ରାସ ପାଇବା ପରେ ସୁନା ମୂଲ୍ୟରେ ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ସୁନାର ମୂଲ୍ୟ ୧.୩୩ ଲକ୍ଷ ଟଙ୍କା ହୋଇଛି। ୯୯.୫% ଶୁଦ୍ଧତା ବିଶିଷ୍ଟ ଏହି ମୂଲ୍ୟବାନ ଧାତୁର ମୂଲ୍ୟ ୩୦୪୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧ ଲକ୍ଷ ୩୨ ହଜାର ୬୦୦ ଟଙ୍କାରେ ପହଞ୍ଚିଛି। ସର୍ବଭାରତୀୟ ସରଫା ଆସୋସିଏସନ ଅନୁଯାୟୀ, ରୂପା ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବା ସହ ପଞ୍ଚମ ଦିନରେ ୫ ହଜାର ୮୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୧ ଲକ୍ଷ ୭୭ ହଜାର ଟଙ୍କାରେ ପହଞ୍ଚିଛି।
Powered by Froala Editor