Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ...

  • ଆଖି ଭ୍ରୁଲତାରେ ଦାନ୍ତ

  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ...

  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ...

  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ...

  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ...

  • ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ...

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ...

  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ...

ଖେଳ ଖବର
Home ›› ଖେଳ ଖବର ››ସମ୍ମାନିତ ହେବେ ୧୬ଜଣ ଆଇକନ୍‌: ଏସଏସ୍‌ଆଇ ଭୁବନେଶ୍ୱରରେ ପାଳନ କରୁଛି ଜାତୀୟ କ୍ରୀଡା ଉକ୍ରର୍ଷ

ସମ୍ମାନିତ ହେବେ ୧୬ଜଣ ଆଇକନ୍‌: ଏସଏସ୍‌ଆଇ ଭୁବନେଶ୍ୱରରେ ପାଳନ କରୁଛି ଜାତୀୟ କ୍ରୀଡା ଉକ୍ରର୍ଷ

2025-11-30 13:26:35
16849
Share:
Facebook
Twitter
E-Mail
WhatsApp
Telegram
ସମ୍ମାନିତ ହେବେ ୧୬ଜଣ ଆଇକନ୍‌: ଏସଏସ୍‌ଆଇ ଭୁବନେଶ୍ୱରରେ ପାଳନ କରୁଛି ଜାତୀୟ କ୍ରୀଡା ଉକ୍ରର୍ଷ

ଭୁବନେଶ୍ୱର: ପୂର୍ବ ଭାରତରେ ଏହି ଧରଣର ପ୍ରଥମ କ୍ରୀଡା ବିଜ୍ଞାନ ଓ କ୍ରୀଡା ପ୍ରୋତ୍ସାହନ ସଂସ୍ଥା ଏସଏସ୍‌ଆଇ ଭୁବନେଶ୍ୱରରେ ଭାରତୀୟ କ୍ରୀଡାକୁ ନେଇ ଏକ ଉଲ୍ଲେଖନୀୟ ଉତ୍ସବ ପାଳନ କରିବାକୁ ଯାଉଛି । ଡ.ସାର୍ଥକ ପଟନାୟକ ଏବଂ ସୋ÷ମ୍ୟ ପଟନାୟକଙ୍କ ଦ୍ୱାରା ସ୍ଥାପିତ ଏସ୍‌ଏସ୍‌ଆଇ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଡିସେମ୍ବର ୬ ତାରିଖରେ ଏସଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ ଏବଂ ପରେ ପରେ ଡିସେମ୍ବର ୭ ତାରିଖରେ ଲାଇଫ୍‌ ହୋଟେଲରେ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଭଳି ଦୁଇଟି ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛି । ସମ୍ମିଳିତ ଭାବରେ ଏହି କାର୍ଯ୍ୟକ୍ରମଗୁଡିକ ସାମ୍ପ୍ରତିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କ୍ରୀଡା ପରିବ୍ୟବସ୍ଥା ମଧ୍ୟରେ ବୈଜ୍ଞାନିକ ପଦ୍ଧତିରେ ତାଲିମ, ଆଥଲେଟ୍‌ମାନଙ୍କର କଲ୍ୟାଣ ଏବଂ ସୁସଂଗଠିତ ସ୍ୱୀକୃତିର ବର୍ଦ୍ଧିତ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରୁଛି । 

ପୁରସ୍କାର ପ୍ରଦାନ ସମାରୋହକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, କ୍ରୀଡା ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏବଂ ଅତିରିକ୍ତ ଡିଜି ତଥା ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଉଦ୍‌ଘାଟନ କରିବେ । ଏଥିରେ ୧୬ଜଣ ବିଶିଷ୍ଟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର କ୍ରୀଡା ବ୍ୟକ୍ତିତ୍ୱ ଏକତ୍ରିତ ହେବ, ଯେଉଁମାନଙ୍କ ମଧ୍ୟରୁ ଅନେକ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଭ କରିସାରିଛନ୍ତି । ସେମାନଙ୍କର ଅଂଶଗ୍ରହଣ ଏସ୍‌ଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ର ଏହି ସଂସ୍କରଣକୁ ରାଜ୍ୟରେ ଏଯାବତ୍‌ ଆୟୋଜିତ ହୋଇଥିବା ସବୁଠାରୁ ସମ୍ମାନଜନକ କ୍ରୀଡା ସମାବେଶ କରି ଗଢିତୋଳୁଛି ଏବଂ ଏହା ଭାରତର ଅଗ୍ରଣୀ କ୍ରୀଡା ସ୍ଥଳ ଭାବରେ ଓଡ଼ିଶାର ବର୍ଦ୍ଧିତ ଭୂମିକାକୁ ଉପସ୍ଥାପନ କରୁଛି । 

ସମ୍ମାନିତ ହେବାକୁ ଥିବା ପ୍ରମୁଖ କ୍ରୀଡା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଭାରତୀୟ ଆଇସ୍‌ ହକି ଟିମ୍‌ ଅନ୍ତର୍ଭୁକ୍ତ, ଯାହା ବିଶ୍ୱର ସବୁଠାରୁ କଷ୍ଟକର କ୍ରୀଡାରେ ନିଜର ମଜଭୁତପଣ ଏବଂ ଅଦମ୍ୟ ଉତ୍ସାହକୁ ନେଇ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଏଥିସହିତ ରହିଛନ୍ତି ଭାରତର ଅନ୍ୟତମ ଉଜ୍ଜ୍ୱଳତମ ବ୍ୟାଡମିଣ୍ଟନ ପ୍ରତିଭା ଆୟୁଷ ସେଟ୍ଟି; ଆଇକନିକ୍‌ ସଟ୍‌-ପୁଟର୍‌, ଟ୍ରିପଲ ଅଲିମ୍ପିଆନ୍‌, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଏବଂ ଭାରତୀୟ ଥ୍ରୋଇଂ ଇଭେଣ୍ଟଗୁଡିକର ଏକ ମଜଭୁତ ସ୍ତମ୍ଭ ଶକ୍ତି ସିଂ; ଅଲିମ୍ପିଆନ୍‌ ସନ୍ତରଣକାରୀ ଏବଂ ଏକାଧିକ ଜାତୀୟ ରେକର୍ଡଧାରୀ ସଜନ ପ୍ରକାଶ; ଭାରତର ସର୍ବାଧିକ ଚର୍ଚ୍ଚିତ ଟେବଲ ଟେନିସ୍‌ ଚେହେରା ଅଚାନ୍ତ ଶରଥ କମଲ ଏବଂ ଜାତୀୟ ରେକର୍ଡଧାରୀ ହର୍ଡଲର ତଥା ଭାରତର ଅନ୍ୟତମ ଦ୍ରୁତତମ ଉଦୀୟମାନ ଟ୍ରାକ୍‌ ତାରକା ଜ୍ୟୋତି ୟାରାଜୀ । ଏମାନେ ସମସ୍ତେ ଉତ୍ସବରେ ଉପସ୍ଥିତ ରହିବ ସମ୍ମାନ ଗ୍ରହଣ କରିବା ସହିତ ପରବର୍ତ୍ତୀ ପିଢିଙ୍କୁ ଉତ୍ସାହ ଓ ପ୍ରେରଣା ଦେବେ । 

ଏହି କ୍ରୀଡାର ବହୁବିଧ ବିଭାଗ ଓ ଶୃଙ୍ଖଳାୋର ପ୍ରଦାନ କରାଯିବ । ଏସଏସ୍‌ଆଇ କର୍ଣ୍ଣ ପୁରସ୍କାର ବୀରତ୍ୱ, ଲକ୍ଷ୍ୟବଦ୍ଧତା ଏବଂ କ୍ରୀଡାରେ ଉତ୍ସାହର ପ୍ରତୀକ ଭାବରେ ପୈାରାଣିକ ଯୋଦ୍ଧାଙ୍କ ଅନୁସାରେ ନାମିତ କରାଯାଇଛି ଏବଂ ଏହା ଏକାଧିକ ପ୍ରମୁଖ ବିଭାଗରେ ପ୍ରଦାନ କରାଯିବ । ମିଲ୍‌ଖା ସିଂ ସ୍ପ୍ରିଣ୍ଟ ଆୱାର୍ଡ କିମ୍ବଦନ୍ତୀ ଧାବକଙ୍କ ପରିବାର ନିକଟରୁ ଯଥାଯଥ ଅନୁମତି ମିଳିବା ପରେ ପ୍ରଦାନ କରାଯାଉଛି । ଏହା ଭାରତର ଦ୍ରୁତତମ ଆଥ୍‌ଲେଟମାନଙ୍କୁ ସ୍ୱୀକୃତି ଓ ପ୍ରଶସ୍ତି ଆଣିଦେଉଛି । ଦିଲୀପ ତିର୍କୀ ଏବଂ ଶକ୍ତି ସିଂଙ୍କ ନାମରେ ନାମିତ ପୁରସ୍କାର ଯଥାକ୍ରମେ ହକି ଓ ଥ୍ରୋଇଂ ଇଭେଣ୍ଟରେ କ୍ରୀଡା ବ୍ୟକ୍ତିତ୍ୱମାନଙ୍କୁ ପ୍ରଦାନ କରାଯିବ । ଏଥିସହିତ ତୃଣମୂଳ ସ୍ତରର କାର୍ଯ୍ୟ, କୋଚିଂ କ୍ଷେତ୍ରରେ ଅବଦାନ, କ୍ରୀଡା ବିଜ୍ଞାନରେ ନବସୃଜନ ଏବଂ ଜୀବନବ୍ୟାପୀ ସେବା ଆଦିରେ ଅନେକ ସମ୍ମାନ ଏହି ଅବସରରେ ପ୍ରଦାନ କରାଯିବ । 

ଏହି କାର୍ଯ୍ୟକ୍ରମଗୁଡିକର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଡ.ସାର୍ଥକ ପଟନାୟକ କହିଥିଲେ, “ଏସଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ ଏବଂ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଭଳି କାର୍ଯ୍ୟକ୍ରମ ଭାରତରେ କ୍ରୀଡା ଓ କ୍ରୀଡା ବିଜ୍ଞାନ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନିତାନ୍ତ ଜରୁରୀ । ଆମେ ତୃଣମୂଳ ସ୍ତରରୁ ଏକ ମଜଭୁତ ମୂଳଦୁଆ ଗଢିବା ଏବଂ ବିଶ୍ୱଶ୍ରେଣୀର ଆଥଲେଟ୍‌ ପ୍ରସ୍ତୁତ କରିବାକୁ ହେଲେ ବିଜ୍ଞାନ, ସ୍ୱୀକୃତି ଏବଂ ସୁସଂଗଠିତ ସମର୍ଥନ ଏକତ୍ର ରହିବା ଆବଶ୍ୟକ । ଓଡ଼ିଶା ପାଇଁ ଏହା ଏକ ଗର୍ବିତ ମୁହୂର୍ତ୍ତ ଯେ ୧୬ଜଣ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡା ବ୍ୟକ୍ତିତ୍ୱ ଭୁବନେଶ୍ୱରକୁ ଆସିବେ, ଯେଉଁମାନଙ୍କ ମଧ୍ୟରୁ ଅନେକ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ସମ୍ମାନ ଲାଭ କରିଛନ୍ତି । ସେମାନଙ୍କର ଉପସ୍ଥିତି କ୍ରୀଡାର ବିକାଶ ଦିଗରେ ଓଡ଼ିଶାର ମଜଭୁତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଏବଂ ଏହା ସମଗ୍ର ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଆଥଲେଟଙ୍କୁ ପ୍ରେରଣା ଦେବ ।”

“ଏସଏସ୍‌ଆଇ ସ୍ପୋର୍ଟସ୍‌ ଆୱାର୍ଡସ୍‌ ଏବଂ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଭାରତ ଜରୁରୀ ଆବଶ୍ୟକ କରୁଥିବା ପ୍ରଗତିଶୀଳ କ୍ରୀଡା ସଂସ୍କୃତିକୁ ବହନ କରୁଛି । ଏସଏନଏମ୍‌ ଗ୍ରୁପ୍‌ରେ ଆମେ ଉକ୍ରର୍ଷକୁ ପାଳନ କରୁଥିବା ଏବଂ କ୍ରୀଡା କ୍ଷେତ୍ରରେ ବିଜ୍ଞାନ ଆଧାରିତ ଚିନ୍ତନକୁ ଆଗେଇ ନେଉଥିବା ଏହିଭଳି ଏକ କାର୍ଯ୍ୟକ୍ରମର ସହ-ପ୍ରାୟୋଜକ ହୋଇ ଗର୍ବିତ । ଏହିଭଳି ପ୍ରୟାସଗୁଡିକ ଭାରତର ଆଥଲେଟିକ୍‌ ଅଭିବୃଦ୍ଧିରେ ଘରୋଇ କ୍ଷେତ୍ର କିଭଳି ଅର୍ଥପୂର୍ଣ୍ଣ ଅବଦାନ ରଖୁଛି, ସେ ସମ୍ପର୍କରେ ଆଲୋକପାତ କରୁଥିବାରୁ ଏଗୁଡିକୁ ଉତ୍ସାହିତ କରାଯିବା ଆବଶ୍ୟକ । ଏକ ଅଧିକ ମଜଭୁତ, ଅଧିକ ଦୀର୍ଘସ୍ଥାୟୀ କ୍ରୀଡା ପରିବ୍ୟବସ୍ଥା ନିର୍ମାଣ ଦିଗରେ ସରକାରଙ୍କ ସହିତ ସମସ୍ତ ଘରୋଇ ସଂସ୍ଥା ଆଗେଇ ଆସି ସହଯୋଗ କରିବାକୁ ମୁଁ ନିବେଦନ କରୁଛି । ସମ୍ମିଳିତ ଭାବରେ ଆମେ ଏଭଳି ଏକ ରାଷ୍ଟ୍ର ଗଠନ କରିପାରିବା ଯେଉଁଠାରେ ପ୍ରତିଭାମାନଙ୍କର ପରିପୋଷଣ କରାଯିବ, ପ୍ରଦର୍ଶନକୁ ବିଜ୍ଞାନ ଆଗେଇନେବ ଏବଂ କ୍ରୀଡା ଜାତୀୟ ବିକାଶର ଏକ ବାସ୍ତବ ମୂଳାଧାର ହୋଇପାରିବ,” ବୋଲି ଶ୍ରୀ ପ୍ରବୋଧ ମହାନ୍ତି, ଏମ୍‌ଡି, ଏସଏନଏମ୍‌ ଗ୍ରୁପ୍‌ କହିଥିଲେ ।

ଏହି ଉତ୍ସବ ପରଦିନ ମଧ୍ୟ ଜାରି ରହିବ ଏବଂ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭରେ ବିଶାରଦ, କୋଚ, ଗବେଷକ ଏବଂ ଆଥଲେଟମାନେ ଏକତ୍ରିତ ହୋଇ ପରବର୍ତ୍ତୀ ପିଢିକୁ ତାଲିମ ପଦ୍ଧତିସମୂହ, ବାୟୋମେକାନିକ୍ସ, ପୋଷଣ, ପୁନଃସୁସ୍ଥ ହେବା, ଆଘାତ ପ୍ରତିଷେଧ ଏବଂ ଆଥଲୋକଙ୍କନଙ୍କର ପ୍ରଦର୍ଶନଗତ ବିଶ୍ଳେଷଣ ଆଦି ସମ୍ପର୍କରେ ଆଲୋଚନା କରିବେ । ଏଗୁଡିକ ଭାରତୀୟ କ୍ରୀଡାର ଭବିଷ୍ୟତକୁ ପରିଭାଷିତ କରୁଥିବା ମୁଖ୍ୟ ବିଷୟ ଭାବରେ ବିବେଚିତ ହେଉଛି । 

ସମ୍ମିଳିତ ଭାବରେ ଉକ୍ରର୍ଷକୁ ସମ୍ମାନିତ କରିବା ଏବଂ ବିଜ୍ଞାନ ଆଧାରିତ କ୍ରୀଡାର ପ୍ରଗତି ସପକ୍ଷରେ ପଦକ୍ଷେପ ନେବା ଭଳି କାର୍ଯ୍ୟକ୍ରମ ସହିତ ଏସଏସ୍‌ଆଇର ଦୁଇ ଦିନିଆ ଏହି ଆୟୋଜନ ଭୁବନେଶ୍ୱରକୁ ଜାତୀୟ କ୍ରୀଡା ମାନଚିତ୍ରରେ ଦୃଢ ଭାବରେ ଅବସ୍ଥାପିତ କରୁଛି ଏବଂ ଭାରତୀୟ କ୍ରୀଡାର ଏକ ଗନ୍ତାଘର ଭାବରେ ଓଡ଼ିଶାର ଯାତ୍ରା ପଥରେ ଏହା ଆଉ ଏକ ମାଇଲଖୁଣ୍ଟ ହେବାକୁ ଯାଉଛି ।

Powered by Froala Editor

Tags Sports Award

Related articles Odisha News Lens 4.1

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା
    ବିଶେଷ

    ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14455
    Oct 18, 2026
  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    15115
    Oct 17, 2026
  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ
    ଦେଶ-ଦେଶାନ୍ତର

    ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ

    15563
    Oct 19, 2026
  •  ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ
    ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    14033
    Oct 18, 2026
  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ
    ଦେଶ-ଦେଶାନ୍ତର

    ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ

    14006
    Oct 19, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ
    ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14506
    Oct 17, 2026
  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ
    ଦେଶ-ଦେଶାନ୍ତର

    ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ

    15201
    Oct 19, 2026
  •  ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ
    ଦେଶ-ଦେଶାନ୍ତର

    ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

    15209
    Oct 18, 2026
  • ଆଖି ଭ୍ରୁଲତାରେ ଦାନ୍ତ
    ଦେଶ-ଦେଶାନ୍ତର

    ଆଖି ଭ୍ରୁଲତାରେ ଦାନ୍ତ

    14883
    Oct 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    14067
    Oct 18, 2026
  • ଦେଶ-ଦେଶାନ୍ତର

    ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ

    15563
    Oct 19, 2026
  • ଦେଶ-ଦେଶାନ୍ତର

    ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ

    14006
    Oct 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17195
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17890
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17837
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18259
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14455
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15378
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14716
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14815
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15816
    Sep 29, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14624
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13991
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15109
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15817
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ

    15563
    Oct 19, 2026
  • ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

    15209
    Oct 18, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14455
    Oct 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In