ଡି.କେ ଶିବକୁମାରଙ୍କ ସହ ମିଟିଂ ପରେ ସବୁ ଠିକ୍ ବୋଲି କହିଲେ ସିଦ୍ଦରମୈୟା
କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଥମୁନି ବିବାଦ । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବାସଭବନରେ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ବ୍ରେକଫାଷ୍ଟ ମିଟିଂରେ ଉଭୟଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଏହି ବୈଠକକୁ କର୍ଣ୍ଣାଟକର କ୍ଷମତା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟାଙ୍କ ଖରଗେ କହିଛନ୍ତି ଯେ କଂଗ୍ରେସ ଦଳ ସଠିକ୍ ସମୟରେ ହସ୍ତକ୍ଷେପ କରିଛି । ମାମଲାକୁ ପରିଚାଳନା କରିଛି। ସେ ଏହାକୁ ଦଳୀୟ ନେତୃତ୍ୱର "ସମୟବୋଧ" ବୋଲି କହିଛନ୍ତି ।
ବୈଠକରେ ପରେ ଉଭୟ ପ୍ରେସମିଟ କରିଥିଲେ । ପରସ୍ପରଙ୍କ ମଧ୍ୟରେ କୌଣସି ମତଭେଦ ନଥିବା କହିଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ଦଳ ଯାହା ନିଷ୍ପତ୍ତି ନେବ ଏହାକୁ ଗ୍ରହଣ କରିବେ ବୋଲି କହିଥିଲେ ସିଦ୍ଦରମୈୟା । ସୋସିଆଲ ମିଡିଆରେ ପରସ୍ପରକୁ ମେସେଜକୁ ନେଇ କଡ଼ା ନିର୍ଦ୍ଦେଶ ଜାରି କରିଥିଲେ କଂଗ୍ରେସ ମହାସଚିବ କେସି ଭେନୁଗୋପାଳ । ସେ ସ୍ପଷ୍ଟ ଭାବରେ କହିଥିଲେ, ସୋସିଆଲ ମିଡିଆରେ ପରସ୍ପର ଉପରେ ମନ୍ତବ୍ୟ ଦେବା କଂଗ୍ରେସ ପରମ୍ପରା ନୁହେଁ । ଦିଲ୍ଲୀ ଆସିବା ପୂର୍ବରୁ ସମସ୍ତ ମତଭେଦକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ସମାଧାନ କରିବା ଉଚିତ ।
ସେପଟେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଡାକିଥିବା ବୈଠକରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ।
Powered by Froala Editor