ଦିଲ୍ଲୀ ପ୍ରଦୂଷଣ ଚିନ୍ତାଜନକ, ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ଅପିଲ କଲେ କିରଣ
ଯେତେ ନିୟମ ଲାଗୁ କଲେ ବି ସ୍ଥିତିରେ ଥମିବାର ନାହିଁ ଦିଲ୍ଲୀ ପ୍ରଦୂଷଣ। ବିଭିନ୍ନ ସ୍ଥାନରେ ଆଜି ସୁଦ୍ଧା ଆଣ୍ଟି ସ୍ମଗ ଗନ ଲଗାଇବା ଲାଗି ନିର୍ଦ୍ଦେଶ ବିଶେଷ କାର୍ଯ୍ୟକାରୀ ହେବା ଦିଶୁନାହିଁ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ନିଟକରେ କର୍ତ୍ତୃପକ୍ଷ ବିଭିନ୍ନ ରିପୋର୍ଟ ଦାଖଲ କରିଥିଲେ ବି ଆଣ୍ଟି ସ୍ମଗ କ୍ଷେତ୍ରରେ ସେପରି ସଫଳତା ମିଳିପାରିନାହିଁ।
ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ କିରଣ ବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ , ଦିଲ୍ଲୀରେ ବାୟୁ ପ୍ରଦୂଷଣର ଖରାପ ସ୍ଥିତିକୁ ଦେଖି ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ନିଜର ‘ମନ୍ କି ବାତ୍’ ସମ୍ୱୋଧନ ବେଳେ ଏହି ପ୍ରସଙ୍ଗରେ ସମ୍ୱୋଧିତ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ସେ ପିଏମ୍ଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। କିରଣ ବେଦୀଙ୍କର ଏହି ବାର୍ତ୍ତା ଏମିତି ସମୟରେ ଆସିଛି ,ଯେତେବେଳେ ଦେଶର ରାଜଧାନୀର ଅନେକ ଅଞ୍ଚଳରେ ମୋଟ ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୬୯ ରେକର୍ଡ କରାଯାଇଛି,ଯାହାକି ଖୁବ୍ ଖରାପ ଶ୍ରେଣୀରେ ରହିଛି।
ବେଦୀ ଏକ୍ସ(ଟ୍ୱିଟ୍)ରେ ଲେଖିଛନ୍ତି , ସାର୍ , ଦୟାକରି ମୋତେ ପୁନର୍ବାର ଅନୁରୋଧ କରିବା ନେଇ କ୍ଷମା କରନ୍ତୁ। କିନ୍ତୁ ମୁଁ ପୁଡୁଚେରୀରେ ନିଜର କାର୍ଯ୍ୟକାଳ ବେଳେ ଆପଣଙ୍କର ଖୁବ୍ ପ୍ରଭାବୀ ଜୁମ୍ ସେସନ ଦେଖିଛି।
ଉଲ୍ଲେଖନୀୟ ଯେ, ଦିଲ୍ଲୀରେ ପ୍ରଦୂଷଣର ଚିନ୍ତା ବୃଦ୍ଧି ମଧ୍ୟରେ କିରଣ ବେଦୀ ନିଜର ଏକ୍ସ ଆକାଉଣ୍ଟର ବ୍ୟବହାର ବାୟୁ ଗୁଣବତ୍ତା ସମ୍ୱନ୍ଧୀୟ ଚିନ୍ତା ଉପରେ ବାର୍ତ୍ତାକୁ ଜୋରଦାର ବିସ୍ତାରିତ କରୁଛନ୍ତି। ସେ ରାଜ୍ୟ ଓ ଅଧିକାରୀଙ୍କ ମଧ୍ୟରେ ସହଯୋଗାତ୍ମକ ବ୍ୟବହାରର ଆହ୍ୱାନ କରିଛନ୍ତି ଏବଂ କହିଛନ୍ତି ଯେ, ପ୍ରଦୂଷଣ କୌଣସି ଆକସ୍ମିକ ଘଟଣା ନୁହେଁ , ବରଂ ଶାସନରେ ପ୍ରକୃତ ସମନ୍ୱୟର ଅଭାବ ଦଶନ୍ଧୀର ପରିଣାମ ।
Powered by Froala Editor