ଶସ୍ତା ହେବ ଏଲପିଜି ସିଲିଣ୍ଡର ମୂଲ୍ୟ
ନୂଆଦିଲ୍ଲୀ: ପ୍ରତି ମାସର ପ୍ରଥମ ଦିନକୁ ଏଲପିଜି ସିଲିଣ୍ଡର ମୂଲ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ କୁହାଯାଏ। ଡିସେମ୍ବର ୧ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି।
ଯଦି ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦ ଟଙ୍କା ହ୍ରାସ ପାଏ, ତେବେ ଏହାକୁ କମ୍ ମୂଲ୍ୟରେ କିଣିପାରିବେ। ଏହା ଗ୍ରାହକଙ୍କ ପାଇଁ ଭଲ ଖବର ପ୍ରମାଣିତ ହେବ। ନୂଆଦିଲ୍ଲୀରେ ବର୍ତ୍ତମାନର ମୂଲ୍ୟ ୫୫୩ ଟଙ୍କା ରହିଛି। ଯଦି ଏଥିରେ ୨୦ ଟଙ୍କା ହ୍ରାସ କରାଯାଏ, ତେବେ ଏହାକୁ ୮୩୩ରେ କିଣାଯାଇପାରିବ।
ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ବର୍ତ୍ତମାନ ୮୭୯ ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳୁଛି। ଏଥିରେ ୨୦ ଟଙ୍କା ହ୍ରାସ ହେଲେ ୮୫୯ ଟଙ୍କାରେ ମିଳିବ ଗ୍ୟାସ।
Powered by Froala Editor