ଗଭୀର ଅବପାତରେ ପରିଣତ ହେଲାଣି ‘ଡିଟୱା’
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଯାହାର ନାଁ ରହିଛି ‘ଡିଟୱା’। ତେବେ ଘୂର୍ଣ୍ଣିଝଡ଼ ‘ଡିଟୱା’ ଆସନ୍ତା ୩୦ ତାରିଖରେ ସ୍ଥଳଭାଗ ଛୁଇଁବ। ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିର ଆନ୍ଧ୍ରପ୍ରଦେଶର ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତାମିଲନାଡୁର ରାୟଲସୀମାରେ ଅତି ପ୍ରବଳ ବର୍ଷା ନେଇ ଆଇଏମ୍ଡି ପୂର୍ବାନୁମାନ କରିଛି । ଆନ୍ଧ୍ରପ୍ରଦେଶ ଓ କେରଳରେ ମଧ୍ୟ ଏହି ବାତ୍ୟାର ପ୍ରଭାବ ରହିବ । ସେପଟେ ଡଟୱା ଶ୍ରୀଲଙ୍କାର ମଧ୍ୟ ତାଣ୍ଡବ ରଚିଛି ।
ପାଣିପାଗ ବିଭାଗ ଅନୁସାରେ, ବାତ୍ୟା ଡଟୱାକୁ ନେଇ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଏବଂ ତେଲେଙ୍ଗାକୁ ଆଲର୍ଟ ଜାରି ହୋଇଛି । ଆସନ୍ତା ୩୦ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା । ଦକ୍ଷିଣ-ଦକ୍ଷିଣପୂର୍ବ ଚେନ୍ନାଇଠୁ ୫୮୦ ଏବଂ ଦକ୍ଷିଣ-ଦକ୍ଷିଣପୂର୍ବ ପୁଡୁଚେରୀଠୁ ୪୮୦ କିମି ଦୂରରେ ବାତ୍ୟା ଡଟୱା । ବାତ୍ୟା ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ନିକଟବର୍ତ୍ତୀ ଜଳଭାଗରେ କେନ୍ଦ୍ରିତ ହୋଇଛି । ଏହା ତାମିଲନାଡୁ-ପୁଡୁଚେରୀ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିବା ସହିତ ଆହୁରି ଘନୀଭୂତ ହୋଇପାରେ । ସେହିପରି ଅନ୍ୟ ଏକ ବାତ୍ୟା ସେନୟାରର ପ୍ରଭାବ କେବଳ ତାମିଲନାଡୁ ଉପରେ ରହିବ । ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା-ପବନ ବହିବ ବୋଲି ଆଇଏଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Powered by Froala Editor