୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେଲେ ଶେଖ ହସିନା
ବାଂଲାଦେଶ : ବାଂଲାଦେଶର ଏକ ଅଦାଲତ ୩ଟି ଦୁର୍ନୀତି ମାମଲାରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି । ଖବର ଅନୁସାରେ ପୂର୍ବଚୋଲରେ ରାଜୁକ-ନ୍ୟୁ-ଟାଉନ୍ ପ୍ରକଳ୍ପରେ ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ଏହି ତିନୋଟି ମାମଲା ହସିନାଙ୍କ ବିରୋଦ୍ଧରେ ରୁଜୁ ହୋଇଥିଲା । ହସିନାଙ୍କ ଅନୁପସ୍ଥିତିରେ ବିଚାରପତି ଏହି ରାୟ ଶୁଣାଇଛନ୍ତି କାରଣ ପଳାୟନ ପାଇଁ ତାଙ୍କୁ ଏପର୍ୟ୍ୟନ୍ତ ଗିରଫ କରାଯାଇ ନାହିଁ । ତାଙ୍କ ଅନୁପସ୍ଥିତିରେ ତାଙ୍କ ବିରୁଦ୍ଧରେ ବିଚାର କରାଯାଇଥିଲା । ପ୍ରତ୍ୟେକ ମାମଲାରେ ହସିନାଙ୍କୁ ସାତ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା, ୩ ଟି ଘଟଣାରେ ମୋଟ ୨୧ ବର୍ଷ କାରାଦଣ୍ଡ ଶୁଣାଇଛି ଅଦାଲତ ।
Powered by Froala Editor