ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ରକେଟ୍ ବିକ୍ରମ-୧ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦୀ ହାଇଦ୍ରାବାଦରେ ସ୍କାଏରୁଟ୍ ଏରୋସ୍ପେସର ଇନଫିନିଟି କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ଏବଂ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ଏହା ଭାରତର ପ୍ରଥମ ଘରୋଇ ରକେଟ ଯାହା କକ୍ଷପଥରେ ଉପଗ୍ରହ ସ୍ଥାପନ କରିବାରେ ସକ୍ଷମ ହେବ ।
ବିକ୍ରମ-୧ ରକେଟ୍ ଉପଗ୍ରହଗୁଡ଼ିକୁ ପୃଥିବୀର କକ୍ଷରେ ସ୍ଥାପିତ କରିବାର କ୍ଷମତା ରଖିଛି। ଏହା କମ୍ ଖର୍ଚ୍ଚରେ ଓ ତୀବ୍ର ଗତିରେ ଛୋଟ ଉପଗ୍ରହଗୁଡ଼ିକୁ ଅନ୍ତରୀକ୍ଷକୁ ପଠାଇବା ପାଇଁ ବିକଳ୍ପ ଭାବରେ କାମ କରିବ। ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ଡ. ବିକ୍ରମ ସାରାଭାଇଙ୍କ ନାମରେ ଏହି ରକେଟ୍କୁ ନାମିତ କରାଯାଇଛି। ଏହା ୩୦୦ କିଲୋଗ୍ରାମର ଭାର ବହନ କରି ପୃଥିବୀର ନିମ୍ନ କକ୍ଷ ପର୍ଯ୍ୟନ୍ତ ବହନ କରିବା ଭଳି ଡିଜାଇନ୍ କରାଯାଇଛି। ରକେଟ୍ଟି ସମ୍ପୂର୍ଣ୍ଣ କାର୍ବନ-ଫାଇବର୍ରେ ନିର୍ମିତ। ଯାହାକି ଅନ୍ୟ ରକେଟ୍ ଠାରୁ ଏହାକୁ ସ୍ଵତନ୍ତ୍ର କରୁଛି।
କମ୍ପାନୀ ଦାବି କରିଛି ଯେ, ଏହି ରକେଟ୍କୁ ଯେକୌଣସି ପ୍ରଶିକ୍ଷଣ ସ୍ଥାନରୁ ୨୪ ଘଣ୍ଟା ଭିତରେ ଆସେମ୍ଵଲ କରି ପ୍ରକ୍ଷେପଣ କରାଯାଇପାରିବ। ସେହିପରି ସ୍କାଇରୁଟ୍ର ଇନଫିନିଟି କ୍ୟାମ୍ପସ୍ ଭାରତର ନୂଆ ଚିନ୍ତାଧାରା ଏବଂ ଯୁବଶକ୍ତିର ପ୍ରତୀକ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ୍ ରେ ଯୋଗ ଦେଇ ଉଦ୍ଘାଟନ କରିବା ସହ ସମ୍ବୋଧିତ କରିଥିଲେ ।
Powered by Froala Editor