କାର୍ୟ୍ୟରେ ଅବହେଳା, ୯୧ ଅଧିକାରୀଙ୍କ ଦରମା ବନ୍ଦ
ଭୁବନେଶ୍ଵର : ମହଙ୍ଗା ପଡ଼ିଲା କାର୍ଯ୍ଯରେ ଅବହେଳା। ୯୧ ଅଧିକାରୀଙ୍କ ଦରମା ବନ୍ଦ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ କାର୍ୟ୍ୟାନୁଷ୍ଠାନ। ତାଲିକାରେ କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, କଟକ ସିଡିଏମଓ, ଡିଇଓ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ, ଆଠଗଡ଼ ଉପ-ଜିଲ୍ଲାପାଳ, କଟକ ସଦର ଉପ-ଜିଲ୍ଲାପାଳ, ପୁଲିସ ଓ ଅନ୍ୟାନ୍ୟ କର୍ମଚାରୀ। ମୋଟ ୯୧ ଜଣ ସରକାରୀ ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସିଏମଓରୁ କଟକ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ଉଚିତ ସମୟ ଭିତରେ ଶୁଣାଣି କରିନଥିବା କାରଣରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଏନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସିକ, ଆଠଗଡ଼ ଉପଜିଲ୍ଲାପାଳ, କଟକ ସଦର ଉପ ଜିଲ୍ଲାପାଳଙ୍କ ସମେତ ସଂଖ୍ୟାଧିକ ପୁଲିସ ଅଧିକାରୀଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ।
Powered by Froala Editor