ଧରଣୀଧର ପାତ୍ର ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ର ପରୀକ୍ଷା ନିୟନ୍ତ୍ରକ(କଣ୍ଟ୍ରୋଲର ଅଫ୍ ଏଗ୍ଜାମିନେସନ) ଭାବେ ଧରଣୀଧର ପାତ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଯୁକ୍ତ ଦେଇଛି । ଶ୍ରୀ ପାତ୍ର ଏବେ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ(ଏଡିଇଓ) ଭାବେ କାର୍ୟ୍ୟରତ ଅଛନ୍ତି । ବାଲେଶ୍ୱରରୁ ସେ ଖୁବ୍ଶୀଘ୍ର ରିଲିଭ୍ ହୋଇ ବୋର୍ଡ କାର୍ୟ୍ୟାଳୟରେ ଯୋଗଦେବେ ବୋଲି ସୂଚନା ମିଳିଛି ।
ବୋର୍ଡର କଣ୍ଟ୍ରୋଲର ପଦବି ଖାଲିଥିବାରୁ ଉକ୍ତ ପଦବିରେ ଡେପୁଟି କଣ୍ଟ୍ରୋଲର ଚକ୍ରଧର ବେହେରାଙ୍କୁ ଇନ୍ଚାର୍ଜ କଣ୍ଟ୍ରୋଲର ଭାବେ ନିୟୋଜିତ କରିଥିଲେ । ନିୟମିତ କଣ୍ଟ୍ରୋଲର ଆସିବା ପରେ ଖାଲିଥିବା ଏହି ପଦବି ପୂରଣ ହେବ ।
Powered by Froala Editor