ଭୁବନେଶ୍ୱର ବିମାନ ବନ୍ଦରରେ ରାଷ୍ଟ୍ରପତି
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରେ ତାଙ୍କ କାରକେଡ ସିଧାସଳଖ ରାଜଭବନ ଅଭିମୁଖେ ଯାଇଥିବା ଜଣାଯାଇଛି ।
୨ଟା ୨୫ରେ ରାଜଭବନ ଭିତରେ ଥିବା କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କରିବେ । ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ହାଇ-ଟି ବ୍ୟବସ୍ଥା ରହିଛି। ଏବଂ ୨ଟା ୪୫ରୁ ୪ଟା ୧୦ ପର୍ୟ୍ୟନ୍ତ କଳିଙ୍ଗ ନିବାସରେ ବିଶ୍ରାମ କରିବେ। ପରବର୍ତ୍ତୀ ସମୟରେ ୪ଟା ୧୦ରେ ରାଜଭବନରୁ ବାହାରି ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ। ୪ ଟା ୨୦ରୁ ୪ଟା ୩୦ ରିଜର୍ଭ ରହିଛି। ଏବଂ ୪ଟା ୩୦ରୁ ୫ଟା ୩୦ ବିଧାନସଭାର ସମସ୍ତ ସଦସ୍ୟ , ସବୁ ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।୫ଟା ୩୦ରୁ ରାଷ୍ଟ୍ରପତି ବିଧାନସଭାରୁ ବାହାରିବେ । ୫ଟା ୪୦ରେ ଆସି ରାଜଭବନର କଳିଙ୍ଗ ଅତିଥି ଭବନରେ ପହଞ୍ଚିବେ। ୫ଟା ୪୦ରୁ ୭ଟା ୩୦ ପର୍ୟ୍ୟନ୍ତ ରିଜର୍ଭ ରଖାଯାଇଛି। ପ୍ରଥମଥର ପାଇଁ ଓଡିଶା ବିଧାନସଭାରେ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ୟ୍ୟକ୍ରମ ରହିଛି। ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ନଂ ରୁମ୍ କୁ ଆସି ସମୟ ବିତାଇବେ ମହାମହିମ । ସେହିପରି ୨୮ ତାରିଖରେ ୯ଟା ୧୫ରେ ସେ ରାଜଭବନ ରୁ ବାହାରିବେ। ୯ଟା ୨୫ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ୯ଟା ୩୫ ରେ ତାଙ୍କ ସ୍ଵତନ୍ତ୍ର ବାୟୁସେନା ବିମାନ ଉଡାଣ ଭରିବ ।
Powered by Froala Editor