୧୧ ନଂ ପ୍ରକୋଷ୍ଠ ଉପରେ ରହିଛି ସମସ୍ତଙ୍କ ନଜର, ପୁରୁଣା ସ୍ମୃତି ସାଉଁଟିବେ ରାଷ୍ଟ୍ରପତି
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ଣରେ ଓଡ଼ିଶା ବିଧାନସଭାରେ ବିଧାୟକଙ୍କୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବିଧାନସଭାକୁ ବେଶ୍ ସୁନ୍ଦର ଭାବେ ସଜାଯାଇଛି। ବିଧାନସଭା ପରିସରରେ ଥିବା ୧୧ ନଂ ପ୍ରକୋଷ୍ଠ ଉପରେ ରହିଛି ସମସ୍ତଙ୍କ ନଜର। ଶ୍ରୀମତୀ ମୁର୍ମୁ ପରିବହନ ମନ୍ତ୍ରୀ ଥିବା ସମୟରେ ଏହି ପ୍ରକୋଷ୍ଠକୁ ନିଜ କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ।
ଆଜି ଗୃହକୁ ସମ୍ବୋଧନ କରିବା ପରେ ରାଷ୍ଟ୍ରପତି ଏହି ପ୍ରକୋଷ୍ଠରେ କିଛି ସମୟ ଅତିବାହିତ କରିବେ। ମନ୍ତ୍ରୀ ଭାବେ କାର୍ଯ୍ୟକାଳର ପୁରୁଣା ସ୍ମୃତି ସାଉଁଟିବେ। ସେଥିପାଇଁ ଏହି ପ୍ରକୋଷ୍ଠକୁ ସ୍ବତନ୍ତ୍ର ଭାବେ ନୂଆ ରୂପ ଦିଆଯାଇଛି।
Powered by Froala Editor