ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବିଧାନସଭା ଓ ଆଖପାଖ ଅଞ୍ଚଳର ହେଲା ସୁରକ୍ଷା ଯାଞ୍ଚ
ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତିଙ୍କ ବିଧାନସଭା ଗସ୍ତ ପୂର୍ବରୁ ସୁରକ୍ଷା ଯାଞ୍ଚ କଲେ ପୁଲିସ ଆୟୁକ୍ତ । ଆସନ୍ତା ୨୭ ତାରିଖରୁ ୧୭ତମ ବିଧାନସଭାର ୫ମ ଅଧିବେଶନ ଅର୍ଥାତ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ୨୭ ତାରିଖ (ଗୁରୁବାର) ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେଇ ବିଧାନସଭାକୁ ସମ୍ବୋଧନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବିଧାନସଭା ଓ ଆଖପାଖ ଅଞ୍ଚଳର ସୁରକ୍ଷା ଯାଞ୍ଚ କରିଛନ୍ତି ଦୈତ୍ୟନଗରୀ ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂ ।
ଆୟୁକ୍ତ ଶ୍ରୀ ସିଂ କହିଛନ୍ତି, ବିଧାନସଭା ସମ୍ପୂର୍ଣ୍ଣ ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ରହିବ । ବ୍ଲୁ ବୁକ ଗାଇଡଲାଇନ ଅନୁସାରେ ବିଧାନସଭା ଅଞ୍ଚଳରେ ସୁରକ୍ଷା କଡାକଡି କରାଯିବ ।
Powered by Froala Editor