ନିୟମ ଉଲ୍ଲଙ୍ଘନ କରି ଧରାପଡ଼ିଛନ୍ତି ୧୭୬୯ ଗାଡ଼ି
ଭୁବନେଶ୍ୱର: ବିଭିନ୍ନ ଜିଲାରେ ନାକା କରି ପୁଲିସ ଜଗିବା ସହ ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରୁଛି। ୭ଟି ଜିଲାରେ ବଡ଼ଧରଣର ଧରପଗଡ଼ କରାଯାଇଛି। ନିୟମ ଉଲ୍ଲଙ୍ଘନ କରୁଥିବା ୧୭୬୯ ଗାଡ଼ି ନାକାରେ ଧରାପଡ଼ିଛନ୍ତି। ଅମାନିଆଙ୍କଠାରୁ ୬ ଲକ୍ଷ ୬୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।
ତଥ୍ୟ ଅନୁଯାୟୀ, ନୟାଗଡ଼ରେ ୫୯୩ ଉଲ୍ଲଙ୍ଘନକାରୀଙ୍କଠାରୁ ୭୮ ହଜାର, ପୁରୀରେ ୫୪୦ ଜଣଙ୍କ ଠାରୁ ୧ ଲକ୍ଷ ୧୩ହଜାର, ଯାଜପୁରରେ ୩୩୬ ଜଣଙ୍କ ଠାରୁ ୪୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସେହିପରି କେନ୍ଦ୍ରାପଡ଼ାରେ ୧୬୩ ଜଣଙ୍କ ଠାରୁ ୯ହଜାର, ଖୋର୍ଦ୍ଧାରେ ୬୦ଜଣଙ୍କ ଠାରୁ ୩ ଲକ୍ଷ ୬୮ହଜାର ଟଙ୍କା, କଟକରେ ୫୨ଜଣଙ୍କ ଠାରୁ ୨୦, ୫୦୦ ଟଙ୍କା ଓ ଜଗତସିଂହପୁରରେ ୨୫ଜଣଙ୍କ ଠାରୁ ୩୪ ହଜାର ଟଙ୍କା ଆଦାୟ ହୋଇଛି।
Powered by Froala Editor