ମାଇନସ ୩.୨କୁ ଖସିଲା ତାପମାତ୍ରା, ଶ୍ରୀନଗରରେ ବରଫ ଆସ୍ତରଣ
ଉତ୍ତର ଭାରତରେ ଶୀତ ପ୍ରକୋପ ଦେଖିବାକୁ ମିଳିଛି। ବିହାର, ୟୁପିରୁ ନେଇ ଦିଲ୍ଲୀ-ହିମାଚଳ ଓ କାଶ୍ମୀର ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି। ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ରବିବାର ରାତିରେ ଏହି ପାଗର ସବୁଠାରୁ ଥଣ୍ଡା ରାତି ଭାବରେ ରେକର୍ଡ କରାଯାଇଛି। ଯେଉଁଠି ପାରା ମାଇନସ୍ ୩.୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇଛି। ପ୍ରବଳ ଥଣ୍ଡା କାରଣରୁ କିଛି ଅଂଶରେ ପାଣିର ଉପରେ ବରଫର ପତଳା ଆସ୍ତରଣ ଜମି ଯାଇଛି।
ପ୍ରବଳ ଥଣ୍ଡା ଭିତରେ ବହୁ ରାଜ୍ୟରେ ବର୍ଷା ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ତାମିଲନାଡୁ,କେରଳ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା, ଆଣ୍ଡାମାନ-ନିକୋବର ଦ୍ବୀପର ବହୁ ଅଞ୍ଚଳରେ ପ୍ରବଲ ବର୍ଷାର ଚେତାବନୀ ଜାରି କରାଯାଇଛି। ଆଗାମୀ ଦିନରେ ଥଣ୍ଡା ବଢିପାରେ।
ତାମିଲନାଡୁର ବହୁ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ସୋମବାର ସ୍କୁଲ-କଲେଜରେ ଛୁଟି ଘୋଷଣା କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ବର୍ଷା ପରେ ଚେତାବନୀ ଭିତରେ ସୁରକ୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ସ୍କୁଲ ଛୁଟି କରିବାର ନିଷ୍ପତ୍ତି ନେଇଛି।
Powered by Froala Editor