Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ...

  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ...

  • କମିଲା ସୁନା ଦର, ଜାଣନ୍ତୁ କେତେ?

  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ...

  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ...

  • ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ...

  • ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ...

  • ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ...

  • ଆମେରିକାଠୁ ୧୨ ହଜାର ବୋମା କ୍ରୟ କରିବ ...

  • ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ

Home ›› ››ମାଡ଼ି ଆସୁଛି: ବାତ୍ୟାର ନାମ ‘ସେନ୍ୟାର’

ମାଡ଼ି ଆସୁଛି: ବାତ୍ୟାର ନାମ ‘ସେନ୍ୟାର’

2025-11-24 06:50:45
13343
Share:
Facebook
Twitter
E-Mail
WhatsApp
Telegram
ମାଡ଼ି ଆସୁଛି: ବାତ୍ୟାର ନାମ ‘ସେନ୍ୟାର’

ଭୁବନେଶ୍ବର: ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା। ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଶେଷଜ୍ଞ ଏବଂ ବିଭିନ୍ନ ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଥିବା ବେଳେ ଭାରତ ପାଣିପାଗ ବିଭାଗ ସ୍ପଷ୍ଟ କରି ନଥିଲା। ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବା ରବିବାର ପାଣିପାଗ ବିଭାଗ ସ୍ପଷ୍ଟ କରିଛି; କିନ୍ତୁ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ଗତିପଥ, ତୀବ୍ରତା ଏବଂ ସ୍ଥଳଭାଗ ଅତିକ୍ରମ କରିବା ସମ୍ବନ୍ଧରେ କିଛି ସ୍ପଷ୍ଟ କରିନାହିଁ।ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଦୁଇଟି ସିଷ୍ଟମ ଯୋଗୁଁ ମଡେଲ ଗୁଡ଼ିକର ଆକଳନରେ କୌଣସି ସ୍ପଷ୍ଟତା ଆସୁନାହିଁ। କାରଣ ଯେଉଁ ସିଷ୍ଟମ ଅଧିକ ଘନୀଭୂତ ହେବ ଓ କେଉଁଟି ଦୁର୍ବଳ ହେବ ତାକୁ ନେଇ ମଡେଲ ଗୁଡ଼ିକର ଆକଳନ ଦ୍ବନ୍ଦ୍ବରେ ପକାଉଛି। ୟୁଏଇ ସମ୍ଭାବ୍ୟ ବାତ୍ୟାର ନାମ ‘ସେନ୍ୟାର’ କରିଛି। ସେନ୍ୟାର ଅର୍ଥ ସିଂହ।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ମାଲାକ୍କା ପ୍ରଣାଳୀ ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ  ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ସମୁଦ୍ର ପତ୍ତନରୁ ୭.୬କି.ମି. ପର୍ୟ୍ୟନ୍ତ ବ୍ୟାପିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ। ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡ଼କୁ ଆହୁରି ଅଗ୍ରସର ହେବ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବା ସମ୍ଭାବନା ଅଛି।ଅନ୍ୟପଟେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ୨୫ ତାରିଖ ସୁଦ୍ଧା କ୍ୟାମରିନ ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି।
୨୫ କିମ୍ବା ୨୬ ତାରିଖ ସୁଦ୍ଧା ବାତ୍ୟା ସୃଷ୍ଟି ହେବାପରେ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ୨୫ ତାରିଖ ସନ୍ଧ୍ୟାରୁ ପବନର ଘଣ୍ଟାପ୍ରତି ବେଗ ୫୦ରୁ ୬୦ କି.ମି., ସର୍ବାଧିକ ୭୦ କି.ମି. ରହିବ। ୨୬ ତାରିଖ ସକାଳୁ ପବନର ବେଗ ବଢ଼ି ଘଣ୍ଟାପ୍ରତି ୬୦ରୁ ୭୦ କି.ମି. ସର୍ବାଧିକ ୮୦ କି.ମି. ହେବ। ସେହିପରି ୨୭ ତାରିଖ ସକାଳୁ ଘଣ୍ଟାପ୍ରତି ୮୦ରୁ ୯୦ କି.ମି. ସର୍ବାଧିକ ୧୦୦କି.ମି. ପର୍ୟ୍ୟନ୍ତ ପବନ ବହିପାରେ।
ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଦୁଇଟି ଲଘୁଚାପ ସୃଷ୍ଟି ଯୋଗୁଁ କେଉଁଟି ବାତ୍ୟା ରୂପ ନେବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇପାରୁ ନାହିଁ। ଆସନ୍ତା ୨୭ ତାରିଖ ବେଳକୁ ବାତ୍ୟା ସଂକ୍ରାନ୍ତରେ ସ୍ପଷ୍ଟ ଆକଳନ କରାଯାଇପାରିବ। ଡିସେମ୍ବର ପହିଲା ହୋଇଗଲେ ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା କମ୍‌। ସମୁଦ୍ର ଭିତରେ ଦୁର୍ବଳ ହୋଇଯିବ। ଅନ୍ୟତମ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୬ କିମ୍ବା ୨୭ତାରିଖ ବେଳକୁ ବାତ୍ୟା ସୃଷ୍ଟି ହେବା ନିଶ୍ଚିତ; କିନ୍ତୁ ଗତିପଥ ଏବଂ ତୀବ୍ରତା ନେଇ ବର୍ତ୍ତମାନ ସ୍ପଷ୍ଟ ଆକଳନ କରାଯାଇପାରୁନି। ହେଲେ, ଆସନ୍ତା ୨୭ ବେଳକୁ ଉତ୍ତର ଭାରତରୁ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବାହ କରିବ। ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ ଏବଂ ଶୀତ ପଡ଼ିବ। ଯଦି ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଲା, ତେବେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ମୁହାଁଇବାକୁ ପାଣିପାଗ ଅନୁକୂଳ ରହିବ ନାହିଁ। ୨୭ ତାରିଖ ବେଳକୁ ସ୍ପଷ୍ଟ ଆକଳନ କରାଯାଇ ପାରିବ।

Powered by Froala Editor

Tags Cyclone

Related articles Odisha News Lens 4.1

  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା
    ଦେଶ-ଦେଶାନ୍ତର

    ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା

    13750
    Mar 08, 2026
  • ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ନିନ୍ଦା କଲେ ମୋଦୀ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ନିନ୍ଦା କଲେ ମୋଦୀ

    15424
    Mar 08, 2026
  • ଆମେରିକାଠୁ ୧୨ ହଜାର ବୋମା କ୍ରୟ କରିବ ଇସ୍ରାଏଲ
    ଦେଶ-ଦେଶାନ୍ତର

    ଆମେରିକାଠୁ ୧୨ ହଜାର ବୋମା କ୍ରୟ କରିବ ଇସ୍ରାଏଲ

    14320
    Mar 08, 2026
  • ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ
    ଦେଶ-ଦେଶାନ୍ତର

    ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ

    15014
    Mar 08, 2026
  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ
    ଖେଳ ଖବର

    ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ

    14783
    Mar 08, 2026
  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ
    ଦେଶ-ଦେଶାନ୍ତର

    ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    13903
    Mar 09, 2026
  • ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍
    ମନୋରଞ୍ଜନ

    ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍

    15516
    Mar 08, 2026
  • କମିଲା ସୁନା ଦର, ଜାଣନ୍ତୁ କେତେ?
    ଦେଶ-ଦେଶାନ୍ତର

    କମିଲା ସୁନା ଦର, ଜାଣନ୍ତୁ କେତେ?

    13833
    Mar 09, 2026
  • ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ରଶ୍ମିକା-ବିଜୟ
    ମନୋରଞ୍ଜନ

    ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ରଶ୍ମିକା-ବିଜୟ

    15567
    Mar 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ନିନ୍ଦା କଲେ ମୋଦୀ

    15424
    Mar 08, 2026
  • ଦେଶ-ଦେଶାନ୍ତର

    ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    13903
    Mar 09, 2026
  • ଖେଳ ଖବର

    ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ

    14783
    Mar 08, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17363
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16248
    Apr 03, 2021

ବିଶେଷ

  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    14725
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14645
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15162
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15311
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14517
    Mar 02, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15671
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15128
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14981
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14495
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍

    15516
    Mar 08, 2026
  • ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ

    15014
    Mar 08, 2026
  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    13903
    Mar 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In