‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍
‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍ ହୋଇଛି । ସ୍ପାଇ-ଆକ୍ସନ୍ କାହାଣୀ ଉପରେ ପର୍ଯ୍ୟବସିତ ଏହି ଫିଲ୍ମ ଆସନ୍ତା ୧୯ ତାରିଖରେ ଥିଏଟରକୁ ଆସିବ । ଦମ୍ଦାର ଆକ୍ସନ୍, ଗମ୍ଭୀର ପ୍ରଚ୍ଛଦ ସଙ୍ଗୀତ ଓ ରଣବୀରଙ୍କ ଭୟଙ୍କର ଅବତାର ଦର୍ଶକଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ଏବେ କେବଳ ‘ଧୁରନ୍ଧର୍-୨’କୁ ନେଇ ଚର୍ଚ୍ଚା ।
ଟ୍ରେଲର୍ରେ ରଣବୀରଙ୍କ ଅନ୍ଦାଜ୍ ଏତେ ଦମ୍ଦାର ହୋଇଛି ଯେ ଫ୍ୟାନ୍ ଓ ସେଲିବ୍ରିଟି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଜଣାପଡୁଛନ୍ତି । ଋତ୍ୱିକ ମଧ୍ୟ ରଣବୀରଙ୍କ କାମକୁ ପ୍ରଶଂସା କରିଛନ୍ତି । ସେ ଫିଲ୍ମର ପ୍ରଥମ ଭାଗର ରାଜନୀତିକୁ ନେଇ ଅସହମତି ପ୍ରକାଶ କରିଥିଲେ ହେଁ ସିକ୍ୱେଲ୍କୁ ଚମତ୍କାର ବୋଲି କହିଛନ୍ତି ।
ରାମ ଗୋପାଳ ବର୍ମା, ରୋହିତ ଶେଟ୍ଟୀ ଓ ଅନେକ ବଲିଉଡ୍ ସେଲିବ୍ରିଟି ଟ୍ରେଲର୍କୁ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ସେଲିବ୍ରିଟି ଇମୋଜି ଜରିଆରେ ଫିଲ୍ମ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଦିତ୍ୟ ଧର୍ଙ୍କ ନିର୍ଦ୍ଦେଶିତ ‘ଧୁରନ୍ଧର୍-୨’ରେ ରଣବୀରଙ୍କ ସମେତ ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ ଓ ଆର୍. ମାଧବନଙ୍କ ଭଳି କଳାକାର ଅଭିନୟ କରିଛନ୍ତି ।
Powered by Froala Editor