ସିନ୍ଧର ଲୋକମାନେ ସର୍ବଦା ଆମର ରହିବେ
ସିନ୍ଧ୍ ପ୍ରଦେଶ ଭାରତର ଅଂଶ ନୁହେଁ, କିନ୍ତୁ ହୁଏତ ଆଗକୁ ସୀମା ବଦଳିପାରେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ସିନ୍ଧ ଅଞ୍ଚଳ ସମ୍ପର୍କରେ ଏଭଳି ଏକ ବଡ଼ ବୟାନ ଦେଇଛନ୍ତି। ସିନ୍ଧୁ ନଦୀ ନିକଟରେ ଥିବା ସିନ୍ଧ୍ ପ୍ରଦେଶ ୧୯୪୭ ରେ ବିଭାଜନ ପରେ ପାକିସ୍ତାନକୁ ଚାଲିଯାଇଥିଲା। ଏହି ସମୟରେ ସେଠାରେ ରହୁଥିବା ସିନ୍ଧି ଲୋକ ଭାରତରେ ରହି ଯାଇଥିଲେ।
ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ସିନ୍ଧି ହିନ୍ଦୁ ଭାବରେ ଲାଲକୃଷ୍ଣ ଆଡଭାନୀଙ୍କ ପୀଢିର ଲୋକ ଆଜି ପର୍ଯ୍ୟନ୍ତ ଭାରତଠାରୁ ସିନ୍ଧ୍ ପ୍ରଦେଶକୁ ଅଲଗା କରାଯିବାକୁ ସ୍ବୀକାର କରିପାରୁ ନାହାଁନ୍ତି। ସେ କହିଛନ୍ତି, ଆଡଭାନୀ ଜୀ ଏହି କଥାକୁ ନେଇ ନିଜର ବହିରେ ମଧ୍ୟ ଉଲ୍ଲେଖ କରିଛନ୍ତି। କେବଳ ସିନ୍ଧ୍ ନୁହେଁ, ବଂର ପୁରା ଭାରତରେ ହିନ୍ଦୁ ସିନ୍ଦୁ ନଦୀକୁ ପବିତ୍ର ମାନନ୍ତି। ସିନ୍ଧ୍ ପ୍ରଦେଶର ବହୁ ପରିମାଣରେ ମୁସଲମାନ ଭାବନ୍ତି ଯେ, ସିନ୍ଦୁ ନଦୀର ପାଣି ମକ୍କାର ଆବ-ଇ-ଜମଜମର ପାଣି ଭଳି ପବିତ୍ର। ଏହି କଥା ଆଡଭାନୀ ଜୀ ତାଙ୍କ ବହିରେ ଲେଖିଛନ୍ତି।
ସେ ଆହୁରି କହିଛନ୍ତି, "ଆଜି, ସିନ୍ଧର ଭୂମି ଭାରତର ଅଂଶ ନୁହେଁ, କିନ୍ତୁ ସଭ୍ୟତା ଦୃଷ୍ଟିରୁ, ସିନ୍ଧ ସର୍ବଦା ଭାରତର ଅଂଶ ରହିବ। ଆଉ ଜମି କଥା, ସୀମା ବି ପରିବର୍ତ୍ତନ ହୋଇପାରେ। କିଏ ଜାଣେ, ସିନ୍ଧ କାଲି ଭାରତକୁ ଫେରିପାରେ। ସିନ୍ଧୁ ନଦୀକୁ ପବିତ୍ର ମନେ କରୁଥିବା ଆମର ସିନ୍ଧର ଲୋକମାନେ ସର୍ବଦା ଆମର ରହିବେ। ସେମାନେ ଯେଉଁଠାରେ ଥିବେ, ସେମାନେ ସର୍ବଦା ଆମର ରହିବେ।"
Powered by Froala Editor