ବାପାଙ୍କୁ ହାର୍ଟ ଆଟାକ୍, ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ
ବାପାଙ୍କୁ ହାର୍ଟ ଆଟାକ୍ ହେବା ପରେ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ବିବାହ ସ୍ଥଗିତ ରଖାଯାଇଛି। ଭାରତୀୟ ମହିଳା ଦଳର ଉପ-ଅଧିନାୟିକାଙ୍କ ମ୍ୟାନେଜର ରବିବାର ଏହା ଘୋଷଣା କରିଛନ୍ତି। ମନ୍ଧାନାଙ୍କ ପରିଚାଳକ ତୁହିନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ‘ରବିବାର ସକାଳେ, ଯେତେବେଳେ ସ୍ମୃତିଙ୍କ ବାପା ଜଳଖିଆ କରୁଥିଲେ, ସେ ଅସୁସ୍ଥ ଅନୁଭବ କରିବାକୁ ଲାଗିଲେ। ଆମେ ତାଙ୍କ ସୁସ୍ଥ ହେବା ପାଇଁ କିଛି ସମୟ ଅପେକ୍ଷା କରିଥିଲୁ, କିନ୍ତୁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା।
ମନ୍ଧାନା ତାଙ୍କ ପିତାଙ୍କ ବହୁତ ନିକଟତର, ତେଣୁ ସେ ସୁସ୍ଥ ନହେବା ପର୍ଯ୍ୟନ୍ତ ଆଜିର ବିବାହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଡାକ୍ତର କହିଛନ୍ତି ଯେ ତାଙ୍କୁ ହସ୍ପିଟାଲରେ ରହିବାକୁ ପଡିବ। ଆମେ ସମସ୍ତେ ଚାହୁଁଛୁ ଯେ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ।’ ମନ୍ଧାନା ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ପ୍ରଥମେ ତାଙ୍କ ପିତାଙ୍କୁ ସୁସ୍ଥ ହେବାର ଦେଖିବେ ଏବଂ ତା’ପରେ ବିବାହ କରିବେ।
ସୂଚନାଯୋଗ୍ୟ, ସ୍ମୃତି ଏବଂ ପଲାଶଙ୍କ ବିବାହ ରବିବାର ମହାରାଷ୍ଟ୍ରର ସାଙ୍ଗଲିରେ ହେବାର ଥିଲା। ସବୁକିଛି ସରିଥିଲା...ବିବାହର ମାହୋଲ୍ ଥିଲା .ହଳଦୀ , ମେହେନ୍ଦି ସବୁ ସରିଥିଲା ବାକି ଥିଲା ଅଗ୍ନିଙ୍କୁ ସାକ୍ଷୀ ରଖି ସାତଜନ୍ମର ସାଥି ହେବାର ସଂକଳ୍ପ । କିନ୍ତୁ ବିବାହର କେଇ ଘଣ୍ଟା ପୂର୍ବରୁ ହିଁ କନ୍ୟାପିତାଙ୍କ ଦେହ ହେଲା ଅସୁସ୍ଥ । ଫୁଲରେ ସଜେଇ ହୋଇଥିବା ଘରୁ ଝିଅ ବିଦା ଗାଡ଼ି ବଦଳରେ ବାହାରିଥିଲା ଆମ୍ବୁଲାନ୍ସ ଗାଡ଼ି ।

Powered by Froala Editor