ଚାରି ଯୁବକଙ୍କୁ ଧକ୍କା ଦେଲା ବସ
ଭୁବନେଶ୍ବର: ଯାଜପୁର ଜିଲା କୁଜହାଲା ଛକ ନିକଟରେ ଚାରି ଯୁବକଙ୍କ ଉପରେ ମାଡ଼ି ଯାଇଛି ଘରୋଇ ବସ । ବରୀରୁ କଟକ ଅଭିମୁଖେ ଆସୁଥିବା ଘରୋଇ ବସ ଚାରି ଜଣ ଯୁବକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଧକ୍କା ଦେବା ପରେ ବସ୍ ଡ଼୍ରାଇଭର ଚମ୍ପଟ ମାରିଛନ୍ତି । ପରେ ଚାରି ଜଣ ଯୁବକକୁ ସ୍ଥାନୀୟ ଲୋକମାନେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ସେମାନଙ୍କ ମଧ୍ୟରୁ ଗୁରୁତର ଦୁଇ ଜଣ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇ ଚିକିତ୍ସା ହେଉଥିବା ବେଳେ ଅନ୍ୟ ଦୁଇ ଜଣ ଅବସ୍ଥା ଅଧିକ ସଂକାଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor