କମିଲାଣି ସୁନା, ରୁପା ଦର
ଏହି ସପ୍ତାହରେ ସୁନା ୧୬୪୮ଟଙ୍କା ହ୍ରାସ ପାଇ ୧.୨୩ ଲକ୍ଷ ଟଙ୍କାକୁ ପହଞ୍ଚିଛି। ରୂପା ୮,୩୨୩ ଟଙ୍କା ହ୍ରାସ ପାଇ ୧.୫୧ ଟଙ୍କା ଲକ୍ଷକୁ ପହଞ୍ଚିଛି । ଏହାର ଅର୍ଥ ହେଉଛି ଏହି ସପ୍ତାହରେ ଏହାର ମୂଲ୍ୟ ୧,୬୪୮ଟଙ୍କା ହ୍ରାସ ପାଇଛି । ରୂପା ଗତ ଶନିବାର ୧,୫୯,୩୬୭ଟଙ୍କା ଥିଲା ଏବଂ ବର୍ତ୍ତମାନ ଏହା କିଲୋଗ୍ରାମ ପିଛା ୧,୫୧,୧୨୯ଟଙ୍କା ରହିଛି । ଫଳସ୍ୱରୂପ ଏହି ସପ୍ତାହରେ ଏହାର ମୂଲ୍ୟ ୮.୩୨୮ଟଙ୍କା ହ୍ରାସ ପାଇଛି ।
ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଗତ ଶନିବାର, ନଭେମ୍ବର ୧୫ତାରିଖରେ ପ୍ରତି ୧୦ଗ୍ରାମ ସୁନା ମୂଲ୍ୟ ୧,୨୪,୭୪୯ଟଙ୍କା ଥିଲା ଏବଂ ବର୍ତ୍ତମାନ ନଭେମ୍ବର ୨୨ ତାରିଖରେ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୧,୨୩,୧୪୬ଟଙ୍କା ରହିଛି ।
ଅକ୍ଟୋବର ୧୭ ତାରିଖରେ ସୁନା ୧,୩୦,୮୭୪ ଟଙ୍କା ସର୍ବକାଳୀନ ସର୍ବାଧିକ ମୂଲ୍ୟ ହାସଲ କରିଥିଲା ଏବଂ ଅକ୍ଟୋବର ୧୪ ତାରିଖରେ ରୂପା ୧,୭୮,୧୦୦ ଟଙ୍କା ସର୍ବକାଳୀନ ସର୍ବାଧିକ ମୂଲ୍ୟ ହାସଲ କରିଥିଲା।
ଏହାପରେ ଗ୍ରାହକଙ୍କ ମଧ୍ୟରେ ଭାଳେଣି ପଡିଯାଇଥିଲା । ଏବେ ସୁନା ଓ ରୁପା ଦାମ କମିବା ପରେ ଟିକେ ଆଶ୍ୱସ୍ତ ହୋଇଛନ୍ତି । ତଥାପି ବିବାହ ଋତୁ ପରେ ସୁନା ଦର ବଢିବ ବୋଲି ଆକଳନ କରାଯାଉଛି ।
Powered by Froala Editor