ସୋମବାର ଶପଥ ନେବେ ଜଷ୍ଟିସ ସୂର୍ୟ୍ୟକାନ୍ତ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ୟ୍ୟକାନ୍ତ ଆସନ୍ତା ସୋମବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ଜଷ୍ଟିସ ସୂର୍ୟ୍ୟକାନ୍ତ ହେବେ ଦେଶର ୫୩ତମ ସିଜେଆଇ। ୨୦୧୯ରୁ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ୟ୍ୟ କରି ଆସୁଛନ୍ତି। ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ। ଅନ୍ୟପଟେ ବର୍ତ୍ତମାନର ସିଜେଆଇ ଭୂଷଣ ରାମକୃଷ୍ଣ ଗବଇଙ୍କର ଶୁକ୍ରବାର ଶେଷ କାର୍ୟ୍ୟ ଦିବସ ଥିଲା। ତାଙ୍କର ଅବସରଗ୍ରହଣ ତାରିଖ ନଭେମ୍ବର ୨୩ ଥିବାବେଳେ ଶନି ଓ ରବି ଦୁଇଦିନ ଛୁଟି ପଡୁଛି। ଶେଷ କାର୍ୟ୍ୟଦିବସରେ ସିଜେଆଇ ଗବଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।
Powered by Froala Editor