ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଗର୍ଭବତୀ
ମାଲକାନଗିରି: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ହେଲେ ଗର୍ଭବତୀ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକର ଏସଏସଡି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି।
ଗତ ଦଶହରା ଛୁଟିରେ ଛାତ୍ରୀ ଜଣକ ଘରକୁ ଯାଇ ଫେରିବା ପରେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ଖରାପ ରହୁଥିଲା। ବିଦ୍ୟାଳୟର ମେଟ୍ରୋନ ଝିଅଟିର ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ମାସିକ ପରୀକ୍ଷା କରିଥିଲେ। ଏହି ଛାତ୍ରୀ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ମାଥିଲି ଥାନାରେ ଅଭିଯୋଗ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ କିଏ ଦୋଷୀ ତାହା ପୁଲିସର ତଦନ୍ତ ପରେ ଜଣା ପଡିବ।
Powered by Froala Editor