ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇ ଦେବେ ସରକାର
ଭୁବନେଶ୍ବର: ରାଜ୍ୟ ସରକାର ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇ ଦେବେ। ଭୁବନେଶ୍ବରରେ ପ୍ରାଥମିକ ଭାବେ ୯୦ଟି ଘର ନିର୍ମାଣ ହୋଇଛି। ଏହି ଘରଗୁଡ଼ିକୁ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ କିଣିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରାୟ ୧୪ରୁ ୫୦ଲକ୍ଷ ଟଙ୍କା ଭିତରେ ଘର ବିକ୍ରି କରାଯିବ। ଏହି ଲକ୍ଷ୍ୟ ପୂରଣ ହେଲେ ଆଗାମୀ ଦିନରେ ରାଜ୍ୟର ସବୁ ସହରାଞ୍ଚଳରେ ସରକାର ଘର ତିଆରି କରି ଯୋଗାଇବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ମନ୍ତ୍ରୀ ଶ୍ରୀ ମହାପାତ୍ର କହିଲେ, ସହରାଞ୍ଚଳରେ ବସ୍ତି ଗଢ଼ି ଉଠୁଛି। ଲୋକେ ଘର ନପାଇବାରୁ ବସ୍ତି ଅଞ୍ଚଳରେ ରହୁଛନ୍ତି। ପ୍ରାରମ୍ଭିକ ଭାବେ ୯୦ଟି ଘର ନିର୍ମାଣ କରାଯାଇଛି। ଏହି ଘର ବିକ୍ରି ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ।
Powered by Froala Editor