ନୀତୀଶଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଲେ ମୁଖ୍ଯମନ୍ତ୍ରୀ
ଭୁବନେଶ୍ଵର : ବିହାରର ନୂଆ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସିଏମ୍ ଲେଖିଛନ୍ତି ଯେ, ନୀତୀଶଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଜନସେବାରେ ତାଙ୍କର ରେକର୍ଡ କେବଳ ବିହାରର ଲୋକମାନଙ୍କୁ ନୁହେଁ ବରଂ ସାରା ଦେଶକୁ ପ୍ରେରଣା ଦେଉଛି। ବିହାରର ନବନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏଥିପାଇଁ ସମସ୍ତ ଦଳୀୟ କର୍ମୀ, ନେତା ଏବଂ ଭୋଟରଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି।
Powered by Froala Editor