ଧର୍ମେନ୍ଦ୍ରଙ୍କ ବିରୋଧରେ ପିଟିସନ୍କୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ
କଟକ : ସମ୍ବଲପୁର ଲୋକସଭା ନିର୍ବାଚନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ନିର୍ବାଚନ ପିଟିସନ୍କୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ ଗୁରୁତର ତ୍ରୁଟି ଓ ଅଭିଯୋଗର ସତ୍ୟତା ପ୍ରମାଣିତ କରିବାରେ ଆବେଦନକାରୀ ବିଫଳ ହେବାରୁ କୋର୍ଟ ଆବେଦନକୁ ଖାରଜ କରିଛନ୍ତି।
ପ୍ରକାଶ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ପରାଜିତ ପ୍ରାର୍ଥୀ ଡ. ସୁବାସ ମହାପାତ୍ର ପିଟିସନ ଦାୟର କରିଥିଲେ। ବିଜୟୀ ପ୍ରାର୍ଥୀ ନିର୍ବାଚନ ବେଳେ ଦାଖଲ ସତ୍ୟପାଠରେ ଆୟ ସମ୍ପତ୍ତି ତଥ୍ୟ ଲୁଚାଇବା ଅଭିଯୋଗ କରାଯାଇଥିଲା। ଆବେଦନକାରୀ ଅଭିଯୋଗକୁ ପ୍ରମାଣ କରିବାରେ ବିଫଳ ହୋଇଥିଲେ। ଆବେଦନକାରୀ ଫର୍ମ-୨୫ରେ ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଥିଲା। ଆବେଦନରେ କୌଣସି ତଥ୍ୟ ଠିକ ଭାବେ ଦର୍ଶାଯାଇ ନ ଥିଲା। ଏହାକୁ ଦୃଷ୍ଟିରେ ରଖି ଅଦାଲତ ପିଟିସନ୍କୁ ଖାରଜ କରିଦେଇଛନ୍ତି।
Powered by Froala Editor