ଶୀତ ଲହରୀ ଜାରି: ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ରାତି ତାପମାତ୍ରା
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ ଏବଂ ସମତଳ ଅଞ୍ଚଳଗୁଡିକରେ ଶୀତ ଲହରୀ ଜାରି ରହିଥିଲା। ଗତ ୨୪ଘଣ୍ଟା ମଧ୍ୟରେ ଅନେକ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ଫଳସ୍ବରୂପ ଶୀତ ପ୍ରକୋପ ସାମାନ୍ୟ କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ।
Powered by Froala Editor