ଦେହ ଖରାପ ସତ୍ତ୍ୱେ ହ୍ୟୁମାନଙ୍କୁ ଷ୍ଟେଜ୍ ସୋ’କୁ ନିଆଯାଇଥିଲା : ଅଭିଯୋଗ କଲେ ମାଆ
ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କ ପରଲୋକ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ । ସେ କହିଛନ୍ତି ଯେ ‘ମୋ ପୁଅକୁ ୟୁଜ୍ କରାଯାଉଥିଲା’ ଦେହ ଖରାପ ସତ୍ତେ୍ୱ ତାକୁ ଷ୍ଟେଜ୍ ସୋ’କୁ ନେଉଥିଲେ । ପୁଅର ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ ଧରାଯାଉ ବୋଲି ହ୍ୟୁମାନଙ୍କ ମା କାନ୍ଦି କାନ୍ଦି କହିଛନ୍ତି ।
ସେ ମଞ୍ଚରେ ଚଢ଼ିଲେ ମତୁଆଲା ହେଉଥିଲେ ଶ୍ରୋତା। ଶେଷରେ ଜୀବନଯୁଦ୍ଧରେ ହାରିଗଲେ ଉଦୀୟମାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ସୋମବାର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୩୬ ବର୍ଷ ହୋଇଥିଲା।
Powered by Froala Editor