ଟିଟିଲାଗଡରେ ହେବ ହ୍ୟୁମାନଙ୍କ ଶେଷ କୃତ୍ୟ ସମ୍ପନ୍ନ
ଭୁବନେଶ୍ବର: ଅଫେରା ରାଇଜରେ ଓଲିଉଡ ଜଗତର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମେଡିକାଲରୁ ହ୍ୟୁମାନଙ୍କ ପାର୍ଥିବ ଶରୀର କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା, ସେଠାରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ହ୍ୟୁମାନଙ୍କ ପାର୍ଥିବ ଶରୀର ଟିଟିଲାଗଡ ସ୍ଥିତ ବାସଭବନକୁ ନିଆଯାଉଛି । ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବା ପରେ ଶେଷ କୃତ୍ୟ ସମ୍ପନ୍ନ ହେବ ।
ଗତ କିଛି ଦିନ ହେବ ଛତିଶ ବର୍ଷୀୟ ହ୍ୟୁମାନ୍ ବୃକକ୍, ଶ୍ୱାସକ୍ରିୟା ଓ ଜକୃତ ଜନିତ ସମସ୍ୟା ସାଙ୍ଗକୁ ନିମୋନିଆରେ ପୀଡ଼ିତ ଥିଲେ। ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହ୍ୟୁମାନ ସାଗର । ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଗତ ଶୁକ୍ରବାର ଅପରାହଣରେ ତାଙ୍କୁ ଏମସ ଭୁବନେଶ୍ବରର ଜରୁରୀକାଳୀନ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା ।
Powered by Froala Editor