ହ୍ୟୁମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶନିବାର AIIMS ଯାଇ ସେଠାକାର ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହ୍ୟୁମାନ ସାଗର ଓଡ଼ିଶାର ଜଣେ ଲୋକପ୍ରିୟ ପ୍ରତିଭାବାନ କଣ୍ଠଶିଳ୍ପୀ । ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଡାକ୍ତର ମାନେ ସର୍ବୋତ୍ତମ ଉଦ୍ୟମ ଜାରି ରଖନ୍ତୁ। ଆବଶ୍ୟକ ହେଲେ ଦିଲ୍ଲୀ AIIMS କୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏବେ ବି ଭେଣ୍ଟିଲେଟରରେ ଅଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗତକାଲି ଅପେକ୍ଷା ଆଜି ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଭଲ ହୋଇଥିବା ହ୍ୟୁମାନ ସାଗରଙ୍କ ମାମୁ ଗଗନ ବାଗ୍ ସୂଚନା ଦେଇଛନ୍ତି ।
Powered by Froala Editor